କାବୁଲରେ ତିନି ତିନିଟି ସିରିଜ ବିସ୍ଫୋରଣ, ୨୫ ମୃତ

ଆଫଗାନିସ୍ତାନ ରାଜଧାନୀ କାବୁଲରେ ମଙ୍ଗଳବାର ଗୋଟିଏ ପରେ ଗୋଟିଏ ହୋଇ ଲଗାତାର ତିନି ତିନିଟି ସିରିଜ ବିସ୍ଫୋରଣ ଘଟିଛି । ସମାଚାର ଏଜେନ୍ସି ତରଫରୁ ଜାରି ହୋଇଥିବା ଖବର ଅନୁଯାୟୀ ଏହି ବିସ୍ଫୋରଣରେ ୨୫ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଆଫଗାନିସ୍ଥାନ ସୁରକ୍ଷା ଅଧିକାରୀଙ୍କ ତରଫରୁ ଜାରି ହୋଇଥିବା ସୂଚନା ଅନୁଯାୟୀ ଏହି ବ୍ଲାଷ୍ଟ କାବୁଲରେ ପଶ୍ଚିମ ଭାଗ ଅଂଚଳରେ ଘଟିଛି । ପ୍ରଥମ ବିସ୍ଫୋରଣ ମୁମତାଜ ଏଜୁକେସନ ସେଣ୍ଟରର ପାଖାପାଖି ଅଂଚଳରେ ଘଟିଥିବାବେଳେ ଯେବେକି ଦ୍ଵିତୀୟ ବିସ୍ଫୋରଣ ଅବଦୁଲ ରହିମ ଶହୀଦ ହାଇସ୍କୁଲ ନିକଟରେ ଘଟିଛି । ତୃତୀୟ ବ୍ଲାଷ୍ଟ ବି ସ୍କୁଲ ନିକଟରେ ହିଁ ହୋଇଛି । ଏହି ବିସ୍ଫୋରଣ ଏମିତି ଏକ ସମୟରେ ଘଟିଛି ଯେବେ ପିଲାମାନେ ଛୁଟି ସମୟରେ ସ୍କୁଲ ବାହାରକୁ ଯାଉଥିଲେ ।

କୁହାଯାଉଛିକି ପଶ୍ଚିମି କାବୁଲର ଦାସ୍ତ ଏ ବର୍ଚ୍ଚି ଅଂଚଳରେ ସ୍କୁଲ ସମୟ ପରେ ପରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ହୋଇଛି । ଯେବେ ଏହି ବିସ୍ଫୋରଣ ଘଟିଲା ସେହି ସମୟରେ ପିଲାମାନେ ବାହାରକୁ ଯାଉଥିଲେ । ସ୍କୁଲରେ ପଢ଼ୁଥିବା ସମସ୍ତ ଛାତ୍ର ହେଉଛନ୍ତି ଅଳ୍ପ ସଂଖ୍ୟକ ହଜାରା ସମ୍ପ୍ରଦାୟର । ଏହି ସମ୍ପ୍ରଦାୟ ପ୍ରାୟ ସବୁ ସମୟରେ ଆତଙ୍କୀ ମାନଙ୍କ ଟାର୍ଗେଟରେ ରହିଥାଏ । ତାଲିବାନରେ ହଜାରା ସମୁଦାୟ ଲୋକଙ୍କ ଉପରେ ପୂର୍ବରୁ ବି ଅନେକ ଥର ଆକ୍ରମଣ ହୋଇସାରିଛି । କିନ୍ତୁ ଏଯାଏଁ କୌଣସି ବି ସମୁଦାୟ ନିଜକୁ ଏଥିପାଇଁ ଦାୟୀ କରିନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.