୨୫ ଲକ୍ଷ ଦୀପରେ ଝଲସି ଉଠିଲା ରାମ ନଗରୀ ଅଯୋଧ୍ୟା, ସରଯୁ ନଦୀ ତଟରେ ନୂଆ ରେକର୍ଡ

ପ୍ରଭୁ ଶ୍ରୀରାମଙ୍କ ଧାମ ଆଯୋଧ୍ୟା ଲକ୍ଷ ଲକ୍ଷ ଦୀପରେ ଝଲସି ଉଠିଛି । କେଉଁଠି ଲେଜର ଲାଇଟର ଅଦ୍ଭୁତ ଦୃଶ୍ୟ ତ କେଉଁଠି ମନମୋହକ ରଙ୍ଗୋଲି । ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ପରେ ହିଁ ଏହା ହେଉଛି ପ୍ରଥମ ଦୀପୋତ୍ସବ । ଏମିତିରେ ସରଯୁ ନଦୀ ତଟରେ ୨୫ ଲକ୍ଷ ଦୀପ ଜଳାଇ ନୂଆ ରେକର୍ଡ ସ୍ଥାପନ କରିବା ପାଇଁ ଉତ୍ତର ପ୍ରଦେଶ ସରକାର ଲକ୍ଷ୍ୟ ରଖିଛନ୍ତି ।

ଗତ ବର୍ଷ ତୁଳନାରେ ଏଥର ୧,୧୦୦ ଲୋକ ନଦୀ ତଟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତିରେ ସ୍ୱତନ୍ତ୍ର ଆଳତି କରିବେ । ରାମ ମନ୍ଦିର ଉଦଘାଟନ ପରେ ଅଯୋଧ୍ୟାରେ ଦୀପାବଳିର ଭବ୍ୟ ଆୟୋଜନ କରାଯାଇଛି । ଏହି ଅବସରରେ ରାମମନ୍ଦିରରେ ପ୍ରଥମ ଦୀପାବଳିରେ ପ୍ରଭୁ ରାମଲାଲା ପୀତାମ୍ବର ଧାରଣ କରିବେ । ହଳଦିଆ ରଙ୍ଗର ସିଲ୍କ ଧୋତି ବସ୍ତ୍ରରେ ରାମଲାଲାଙ୍କ ଶୃଙ୍ଗାର ହେବ । ଗୁରୁବାର ଦୀପାବଳି ଦିନ ରାମଲାଲା ହଳଦିଆ ବସ୍ତ୍ରରେ ଭକ୍ତଙ୍କୁ ଦର୍ଶନ ଦେବେ ।

ଦୀପୋତ୍ସବ ଅବସରରେ ଅଯୋଧ୍ୟା ନଗରୀ ଆଜି ନୂଆ କୀର୍ତ୍ତିମାନ ସ୍ଥାପନ କରିବ । ୨୫ ଲକ୍ଷ ଦୀପରେ ସରଯୁ ନଦୀ ତଟ ଝଲମଲ ହୋଇଛି । ଏହି କ୍ରମରେ ରାମଙ୍କ ପୌଡ଼ିରେ ଦୀପ ଜଳିବା ଆରମ୍ଭ ହୋଇଛି ।

You might also like