ତାମିଲାନାଡୁରେ ମଦମୃତ୍ୟୁ ତାଣ୍ଡବ: ବିଷାକ୍ତ ମଦ ପିଇ ୨୯ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ବିଷାକ୍ତ ମଦ ନେଉଛି ଜୀବନ । ତାମିଲନାଡ଼ୁରେ ବିଷାକ୍ତ ମଦ ପିଇ ୨୯ ଜଣ ଲୋକଙ୍କ ଜୀବନ ଗଲାଣି । ଅନେକ ଲୋକେ ଅସୁସ୍ଥ ହୋଇ ହସ୍ପିଟାଲରେ ଜୀବନ-ମରଣ ସହ ଲଢ଼େଇ କରୁଛନ୍ତି । ଏହି ଘଟଣାକୁ ନେଇ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।  ତାମିଲନାଡ଼ୁ କାଲାକୁରୁଚି ଜିଲ୍ଲାରେ ଏପରି ଅଘଟଣ ଘଟିଛି ।

ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ବେଆଇନ ଭାବେ ମଦ ବିକ୍ରି କରୁଥିବା କେ. କନ୍ନୁକୁଟ୍ଟିଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ । ତାଙ୍କ ନିକଟରୁ ୨ଶହ ଲିଟର ମଦ ଜବତ ହୋଇଥିବା ବେଳେ ତାହାକୁ ପରୀକ୍ଷା ନିମନ୍ତେ ଲ୍ୟାବ୍‌କୁ ପଠାଯାଇଥିଲା। ଏହାପରେ ସେଥିରେ ବିଷାକ୍ତ ମିଥାଇଲ ନାମକ ପଦାର୍ଥ ଥିବା ଜଣାଯାଇଛି।

ସେହିପରି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କହିଛନ୍ତି, ଅପରାଧରେ ସଂପୃକ୍ତ ଲୋକଙ୍କୁ ଗିରଫ କରାଯାଇଛି। ବେଆଇନ ମଦ ରୋକିବାରେ ବିଫଳ ହୋଇଥିବା ଅଧିକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇଛି। ଏଭଳି ଅପରାଧରେ କେହି ସଂପୃକ୍ତ ଥିବା ନେଇ କାହା ବିରୋଧରେ ଯଦି ଜନସାଧାରଣ ଅଭିଯୋଗ କରନ୍ତି, ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଷ୍ଟାଲିନ କହିଛନ୍ତି।

ତାମିଲନାଡ଼ୁ ରାଜ୍ୟପାଳ ଆର. ଏନ ରବି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଅସୁସ୍ଥଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏଥିସହ ଅଧିକାଂଶ ସମୟରେ ତାମିଲନାଡ଼ୁରେ ବିଷାକ୍ତ ମଦ ପିଇ ବହୁ ଜୀବନ ଚାଲି ଯାଉଥିବା ନଜର ଆସୁଛି। ତେଣୁ ଅବୈଧ ରୂପେ ମଦ ଉତ୍ପାଦନ ଓ ବିକ୍ରି ଉପରେ କଡ଼ା କଟାକଣା ଲାଗୁ କରିବା ଆବଶ୍ୟକ ବୋଲି କହିଛନ୍ତି ରାଜ୍ୟପାଳ।

ସୂଚନା ଯୋଗ୍ୟ ୨୦୨୩ରେ ବିଷାକ୍ତ ମଦ ପିଇ ତାମିଲନାଡୁର ବିଲୁପୁରମରେ ୧୬ ଓ ଚେଙ୍ଗଲପଟୁ ଜିଲ୍ଲାର ୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ରାଷ୍ଟ୍ରୀୟ ମାନବଧିକାର ଆୟୋଗ ତାମିଲନାଡ଼ୁ ସରକାରଙ୍କୁ ନୋଟିସ ଜାରି କରିଥିଲେ । ଏହି ମାମଲାର ଯାଂଚ ପାଇଁ ସିବି-ସିଆଇଡ଼ିଙ୍କୁ ଦାୟିତ୍ୱ ଦିଆଯାଇଥିଲା । ସେହପରି ବେଆଇନ ମଦ ପ୍ରସ୍ତୁତ ଅଭିଯୋଗରେ ମୋଟ ୮ ଜଣଙ୍କୁ ଗିରଫ ଗିରଫ କରିଥିଲା ତାମିଲନାଡୁପୋପୁଲିସ । ଗିରଫ ହୋଇଥିବା ଜଣେ ବ୍ୟକ୍ତିଙ୍କ ଠାରୁ ଜବତ ହୋଇଥିବା ବିଷାକ୍ତ ମଦରେ ମିଥାନଲ ଥିବା ସନ୍ଦେହ କରି ଲ୍ୟାବକୁ ପଠାଯାଇଥିଲା ।

 

Leave A Reply

Your email address will not be published.