ଦୁନିଆରେ ୨୫% ମୁସଲମାନ ଅଛନ୍ତି, କିନ୍ତୁ ଟିଭି ଶୋ’ରେ ମାତ୍ର ୧% ହିଁ କାମ କରୁଛନ୍ତି: ମଲାଲା

ନୂଆଦିଲ୍ଲୀ: ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫ୍‌ଜାଇ ନିକଟରେ ହଲିଉଡ୍‌ରେ ପ୍ରତିନିଧିତ୍ୱକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ବିଶ୍ୱ ଜନସଂଖ୍ୟାର ୨୫ ପ୍ରତିଶତ ମୁସଲମାନ ଅଛନ୍ତି। କିନ୍ତୁ ପ୍ରମୁଖ ଟିଭି ଶୋ’ରେ ମାତ୍ର ଏକ ପ୍ରତିଶତ ମହିଳା କଳାକାର କାମ କରୁଥିବା ଦେଖା ଦେଇଛି। ଭେରାଇଟିଜ୍‌ ପାଓ୍ଵାର ଅଫ୍‌ ଓ୍ଵିମେନ୍‌ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ମଲାଲା ଏହା କହିଛନ୍ତି।

ମଲାଲାଙ୍କ କହିବାନୁସାରେ, ‘ମୁଁ ଲକ୍ଷ୍ୟ କରିଛି ଯେ ମୋ ଭଳି ଏସିଆନ୍‌ମାନେ ହଲିଉଡ୍‌ ଚଳଚ୍ଚିତ୍ରରେ ୪% ରୁ ବି କମ୍‌ କାମ କରନ୍ତି। ସାରା ବିଶ୍ୱରେ ଜନସଂଖ୍ୟାର ପ୍ରାୟ ୨୫% ମୁସଲମାନମାନେ ଅଛନ୍ତି। କିନ୍ତୁ ଲୋକପ୍ରିୟ ଟିଭି ଶୋ’ରେ ସେମାନଙ୍କ ମଧ୍ୟରୁ ମାତ୍ର ଏକ ପ୍ରତିଶତ କାମ କରୁଛନ୍ତି ବୋଲି ନୋବେଲ ଶାନ୍ତି ବିଜେତା କହିଛନ୍ତି।

ମଲାଲା କହିଛନ୍ତି କି ହଲିଉଡ୍‌ଠାରୁ ମୁଁ ଏହି ପରିବର୍ତ୍ତନ ଆଶା କରୁନାହିଁ। କାରଣ ଏମିତି କରିବା ଠିକ୍‌ ହେବ ନାହିଁ। ମୁଁ ଚାହୁଁଛି ଆପଣ ଏଭଳି କରନ୍ତୁ। କାରଣ ଆପଣ ଜଣେ କଳାକାର ଓ ଆପଣ ଜାଣନ୍ତି କଳା କାହାକୁ କୁହନ୍ତି। ତାଙ୍କ କହିବାନୁସାରେ, ଯଦି ଆପଣ ଜଣେ ଏମିତି କଳାକାର ଯିଏ ନିଜ କାହାଣୀ ଶୁଣିଛନ୍ତି କିମ୍ବା ଆପଣଙ୍କୁ ବହୁତ ଛୋଟ ବୋଲି କୁହାଯାଇଛି କିମ୍ବା ଆପଣଙ୍କ ପାଖରେ ପ୍ରକୃତ ପୃଷ୍ଠଭୂମି ନାହିଁ, ତେବେ ଆପଣ ମୋ ସହ ମିଶି କାମ କରିପାରିବେ।

Also Read: ୨୪ ଘଣ୍ଟାରେ ୨୦୯ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୨୪ ଜଣ

Leave A Reply

Your email address will not be published.