ଦେଶରେ ଥିବା ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟରେ ବଢିବ ୨୫ ପ୍ରତିଶତ ନୂଆ ସିଟ୍

ଦେଶରେ ଉଚ୍ଚ ଶିକ୍ଷା ସସ୍ଥାନ ଏବଂ ବିଶ୍ବବିଦ୍ୟାଳୟରେ ସାମାନ୍ୟ ବର୍ଗର ଗରିବଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ୨୦୧୯ର ଶିକ୍ଷା ବର୍ଷରେ ହିଁ ଦେଇଦିଆଯିବ । ଏଥିପାଇଁ ସରକାର ପ୍ରତି ସଂସ୍ଥାରେ ୨୫ ପ୍ରତିଶତ ନୂଆ ସିଟ୍ ବଢେଇବେ । କେନ୍ଦ୍ରୀୟ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ମଙ୍ଗଳବାର ଦିନ ଏନେଇ ଘୋଷଣା କରିଛି । ମନ୍ତ୍ରାଳୟ ମୁତାବକ ଏହି ବ୍ୟବସ୍ଥା ଆଇଆଇଟି ଏବଂ ଆଇଆଇଏମ୍ ପରି ସଂସ୍ଥା ଉପରେ ମଧ୍ୟ ଲାଗୁ ହେବ ।
କେନ୍ଦ୍ରୀୟ ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି କି, ଏହି ନିର୍ଣ୍ଣୟ ଏକ ବୈଠକରେ ଆପୋଷ ଚର୍ଚ୍ଚା ହେବା ପରେ ନିଆଯାଇଛି, ଯେଉଁଥିରେ ମନ୍ତ୍ରାଳୟ ବ୍ୟତିତ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ଏବଂ ଅଖିଳ ଭାରତୀୟ ଶିକ୍ଷା ପରିଷଦର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଜାବଡେକରଙ୍କ କହିବା ମୁତାବକ ୧୦ ପ୍ରତିଶତ ଆରକ୍ଷଣର ବ୍ୟବସ୍ଥା ୨୦୧୯-୨୦୨୦ ଶିକ୍ଷା ବର୍ଷ ରୁ ଲାଗୁ ହେବ । ସଂରକ୍ଷଣ ଅନୁସାରେ ଅନୁସୂଚୀତ ଜାତି , ଜନଜାତି ଏବଂ ଅନ୍ୟ ଶ୍ରେଣୀ ମାନଙ୍କ ପାଇଁ ୨୫ ପ୍ରତିଶତ ନୂଆ ସିଟ୍ ବଢାଯିବ ।
ଏକ ସପ୍ତାହ ଭିତରେ ଆସିବ ସିଟର ବାସ୍ତବିକ ସଂଖ୍ୟା :
ଜାବଡେକର ବର୍ତ୍ତମାନ ପାଇଁ ନୂଆ ଯୋଡିହେବାକୁ ଥିବା ସିଟ୍ ସଂଖ୍ୟା କହିବାକୁ ମନାକରିଦେଲେ । କିନ୍ତୁ ସେ କହିଛନ୍ତି କି ଏକ ସପ୍ତାହ ଭିତରେ ବଢିବାକୁ ଥିବା ସିଟର ବାସ୍ତବିକ ସଂଖ୍ୟା କୁହାଯିବ । ତାସହିତ ସିଟ୍ ବଢିବାର ତରିକା ମଧ୍ୟ କରାଯିବ । ଏହା ବ୍ୟତିତ ସଂରକ୍ଷଣ ଲାଗୁ କରିବା ପାଇଁ ସଞ୍ଚାଳନ ନିୟମ ମଧ୍ୟ ଖୁବ୍ ଶିଘ୍ର ଜାରି କରାଯିବ । ଜାବଡେକର କହିଛନ୍ତି, ବିଶ୍ବବିଦ୍ୟାଳୟ ଏବଂ ଶିକ୍ଷା ସଂସ୍ଥାଗୁଡିକ ଏହି ସଂରକ୍ଷଣ ବିଷୟରେ ନିଜ ବିବରଣୀ ପୁସ୍ତକ ରେ କରିବା ପାଇଁ କୁହାଯିବ । ତାସହିତ ସେମାନଙ୍କୁ ସେହି ହିସାବରେ ଆବଶ୍ୟକୀୟ ଢାଞ୍ଚାଗତ ପ୍ରସ୍ତୁତି କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯିବ ।
କଣ ସେହି ୧୦ ପ୍ରତିଶତ ଆର୍ଥୀକ ଆରକ୍ଷଣ :
ସରକାର ସାମାନ୍ୟ ବର୍ଗରେ ଆର୍ଥୀକ ରୂପରେ ର୍ଦୁବଳ ଥିବା ପରିବାରର ଯୁବମାନଙ୍କୁ ଚାକିରୀ ଏବଂ ଶିକ୍ଷା ରେ ୧୦ପ୍ରତିଶତ ସଂରକ୍ଷଣ ଦେବା ପାଇଁ ପ୍ରସ୍ତୁତି ଚାଲିଛି । ସମ୍ବିଧାନରେ ୧୨୪ତମ ସଂଶୋଧନ ଜରୀଆରେ ଆର୍ଥୀକ ଆଧାର ଉପରେ ଦିଆଯାଉଥିବା ଏହି ସଂରକ୍ଷଣକୁ ୮ ଜାନୁଆରୀରେ ଲୋକସଭା ଏବଂ ୯ ଜାନୁଆରୀରେ ରାଜ୍ୟସଭାରେ ମଞ୍ଜୁରୀ ମିଳିଯାଇଛି । ଏହି ସଂରକ୍ଷଣ ଏସସି/ଏସଟି ଏବଂ ଓବିସି ବର୍ଗର ଯୁବକଙ୍କୁ ମିଳୁଥିବା ୪୯.୫ ପ୍ରତିଶତ ସଂରକ୍ଷଣ ଦେବାର ଅତିରିକ୍ତ ପ୍ରସ୍ତାବ ଅଟେ ।