ମାତ୍ର ୫୦୦ ଟଙ୍କା ପାଇଁ ଶାହରୁଖଙ୍କୁ ଛୁରୀ ଭୁସି ହତ୍ୟା କଲେ ସଲମାନ, ସଲମାନ ଗିରଫ

ଦିଲ୍ଲୀର ଜାଫରାବାଦ ଅଞ୍ଚଳରେ ମାତ୍ର ୫୦୦ ଟଙ୍କା ପାଇଁ ସାଙ୍ଗକୁ ଛୁରି ମାରିଲା ଆଉ ଜଣେ ସାଙ୍ଗ। ଦୁଇ ଜଣ ସାଙ୍ଗ କୌଣସି କଥାକୁ ନେଇ ଗତ ରବିବାର ରାତିରେ କଥା କଟାକଟି ହୋଇଥିଲେ। ଝଗଡା ଏତେ ଜୋରରେ ଥିଲା ଯେ, ଜଣେ ସାଙ୍ଗ ଅନ୍ୟ ଜଣେ ସାଙ୍ଗକୁ ଛୁରୀ ଭୁସି ମାରିଥିଲା। ଘଟଣା ବିଷୟରେ ପୋଲିସ ଜାଣିବା ପରେ ହସପିଟାଲରେ ପହଞ୍ଚିଥିଲା। ପୋଲିସ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି।

ସୂଚନା ମୁତାବକ, ଦିଲ୍ଲୀର ଜାଫରାବାଦ ଅଞ୍ଚଳରେ ସଲମାନ ଏବଂ ଶାହରୁଖ ନାମକ ଦୁଇ ଜଣ ସାଙ୍ଗ ଥିଲେ। ଦୁହେଁ ମିଶିକରି ଡ୍ରଗ୍ସ ନେଉଥିଲେ। ଶାହାରୁଖ ସଲମାନଙ୍କୁ ଡ୍ରଗ୍ସ ପାଇଁ ୫୦୦ ଟଙ୍କା ଦେଇଥିଲେ। ଏହି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହାପରେ ସଲମାନ ପ୍ରତିଶୋଧ ପରାୟଣ ହୋଇ ଶାହରୁଖଙ୍କୁ ଛୁରୀ ଭୁସିଦେଇଥିଲେ ଏବଂ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। କିନ୍ତୁ ପୋଲିସ ସଲମାନଙ୍କୁ ଜାଫରାବାଦ ମେଟ୍ରୋ ଷ୍ଟେସନ ପାଖରୁ ଗିରଫ କରିଥିଲା। ତା’ ପରେ ନିଜର ଦୋଷ ସ୍ୱୀକାର କରିଥିଲେ ସଲମାନ।

ଶାହରୁଖ ଅହମଦ ନିଜ ପରିବାର ସହିତ ଚୌହ୍ଵାନ ବାଙ୍ଗରରେ ରହୁଥିଲେ। ଶାହାରୁଖଙ୍କ ବାପାଙ୍କ ମୃତ୍ୟୁ ୨୦ ବର୍ଷ ପୂର୍ବେ ହୋଇଥିଲା। ପୂର୍ବରୁ ଗୋଆରେ ଏକ ମସାଜ ପାର୍ଲରରେ କାମ କରୁଥିଲେ। କିନ୍ତୁ ୬ ମାସ ହେଲାଣି ଦିଲ୍ଲୀକୁ ଫେରିଆସି ଅନ୍ୟ ଏକ କାମ କରୁଥିଲେ। ଏଠାରେ ହିଁ ତାଙ୍କ ସଲମାନଙ୍କ ସହିତ ଦେଖା ହୋଇଥିଲା ଏବଂ ଦୁହେଁ ଭଲ ସାଙ୍ଗ ହୋଇଥିଲେ।

ଏହି ମାମଲାରେ ଶାହରୁଖଙ୍କ ଭଉଣୀ କହିଛନ୍ତି, ଶାହରୁଖଙ୍କୁ ରବିବାର ଦିନ ରାତି ୮ଟାରେ ଆଖପାଖରେ ସଲମାନ ଡାକି ନିଜ ସାଥିରେ ନେଇଯାଇଥିଲେ। ଦୁହିଁଙ୍କ ମଧ୍ୟରେ ୫୦୦ ଟଙ୍କାକୁ ନେଇ ଝଗଡା ହୋଇଥିଲା। ଫଳରେ ସଲମାନ ଶାହରୁଖଙ୍କ ମାରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ବିଳମ୍ବିତ ରାତି ଯାଏଁ ଶାହରୁଖ ଘରକୁ ଫେରିନଥିବାରୁ ଘର ଲୋକ ଖୋଜାଖୋଜି କରିଥିଲେ। କିଛି ସମୟ ପରେ ଜଣେ ମହିଳା ଶାହରୁଖଙ୍କ ଘରକୁ ଆସି ଏହି ଖବର ଦେଇଥିଲେ। ତେବେ ଶାହରୁଖଙ୍କ ପରିବାର ଲୋକ ତାଙ୍କୁ ନେଇ ହସପିଟାଲରେ ପହଞ୍ଚିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Also Read : ବାଇକ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଓଲଟିଲା ଯାତ୍ରୀବାହୀ ବସ୍‌: ୩ ମୃତ, ୬ ଗୁରୁତର

 

Leave A Reply

Your email address will not be published.