ମାରିୟୁପୁଲରେ ୨ହଜାର ୫୦୦ ଲୋକଙ୍କ ମୃତ୍ୟୁ, ୧୬୦ କାରରେ ଫସି ରହିଛନ୍ତି ୬୦୦ରୁ ୭୦୦ ଲୋକ

ମାରିୟୁପୁଲରେ ୨ହଜାର ୫୦୦ ଲୋକଙ୍କ ମୃତ୍ୟୁ ହେଲାଣି । ମାରିୟୁପୁଲରୁ ଲୋକଙ୍କୁ ଉଦ୍ଧାର ଆରମ୍ଭ । ୧୬୦ କାରରେ ମାରିୟୁପୁଲରେ ଫସିଥିବା ଲୋକଙ୍କୁ ଉଦ୍ଧାର । ଗତକାଲି ୧୬୦ଟି କାରରେ ୬୦୦ରୁ ୭୦୦ ଲୋକଙ୍କୁ ଉଦ୍ଧାର କରାଯାଇଛି। ଆହୁରି ୩ଲକ୍ଷ ଲୋକ ଏବେ ବି ମାରିୟୁପୁଲରେ ଫସି ରହିଛନ୍ତି। ୟୁକ୍ରେନ ବସ୍‌ ଓ ଟ୍ରକକୁ ସହରରେ ଋଷ ପଶିବାକୁ ଦେଉନଥିବାରୁ ଅଧିକ ଲୋକଙ୍କୁ ଉଦ୍ଧାର

କରାଯାଇପାରିନାହିଁ। ୟୁକ୍ରେନର ଦକ୍ଷିଣରେ ପ୍ରମୁଖ ବନ୍ଦର ସହର ମାରିୟୁପୁଲ । ମାରିୟୁପୁଲକୁ କ୍ଷତ ବିକ୍ଷତ କରିଛି ରୁଷ୍‌ । ନିଆଁ ଓ ଧୂଆଁ ଲିଭୁନି । ଚାରିଆଡ଼େ ହାହାକାର । ଲୋକଙ୍କୁ ଦୁର୍ଦ୍ଦଶା ଚରମ ସୀମାରେ ପହଞ୍ଚିଛି । ନା ଖାଇବା ଅଛି ନା ପାଣି । ବିଜୁଳି ନାହିଁ । ଲୋକଙ୍କୁ ଔଷଧ ବି ମିଳୁନି ।

 

Leave A Reply

Your email address will not be published.