୨୬/୧୧ ଅଭିଯୁକ୍ତ ତହାୱୁର ରାଣାଙ୍କୁ ଅଣାଯାଉଛି ଭାରତ, ବିମାନ ଯୋଗେ ହେବ ପ୍ରତ୍ୟର୍ପଣ

୨୦୦୮ରେ ହୋଇଥିବା ହେଡଲି ୨୬/୧୧ ଆତଙ୍କବାଦୀ ଆକ୍ରମଣ ମୁଖ୍ୟ ଷଡଯନ୍ତ୍ରକାରୀ ଭୂମିକାରେ ଥିବା  ଅଭିଯୁକ୍ତ ତହାୱୁର ହୁସୈନ ରାଣାକୁ ଆମେରିକାରୁ ଭାରତକୁ ଅଣାଯାଉଛି । ତାଙ୍କୁ ହେପାଜତକୁ ଆଣିବା ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଜି  ସନ୍ଧ୍ୟାରେ ବିମାନ ଯୋଗେ ସେ ଭାରତରେ ପହଞ୍ଚିବାକୁ ନେଇ ଆଶା କରାଯାଉଛି  । ତେଣୁ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ କଡାକଡ୍ଡି କରାଯାଇଛି ।

ସୂଚନାନୁଯାୟୀ, ୨୦୦୮ମସିହା ନଭେମ୍ବର ମାସରେ ଆତଙ୍କବାଦୀଙ୍କ ଦ୍ୱାରା ଆକ୍ରମଣ ହୋଇଥିବା ମୁମ୍ବାଇର ତାଜ ହୋଟେଲରେ ୧୬୦ରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ ଚାଲିଯାଇଥିଲା । ଯାହା ଫଳରେ ଦିଲ୍ଲୀର ଜାତୀୟ ତଦନ୍ତ ସଂସ୍ଥା(NIA) ତାଙ୍କ ବିରୁଦ୍ଧରେ ପ୍ରଥମେ ଷଡଯନ୍ତ୍ର ମାମଲା ରୁଜୁ କରିଥିଲେ । ତେବେ ଏହି ମାମଲା ସମ୍ବନ୍ଧୀୟ କୌଣସି ଅନୁସନ୍ଧାନ ପାଇଁ ମୁମ୍ବାଇ ପୋଲିସ ତାକୁ ହେପାଜତରେ ନେଇପାରିବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କିନ୍ତୁ ପ୍ରତ୍ୟର୍ପଣ କାରଣ ଜଣାପଡିବା ପରେ ମୁମ୍ବାଇ ପୋଲିସ ଅଭିଯୁକ୍ତ ରାଣାକୁ ହେପାଜତକୁ ନେବା ସମ୍ପର୍କରେ ସ୍ପଷ୍ଟ ହେବ । ଆହୁରି ମଧ୍ୟ ସୂତ୍ରରୁ ପ୍ରକାଶ ପାଇଛି ଯେ, ରାଣାକୁ ନ୍ୟାୟିକ ପ୍ରକ୍ରିୟାରେ ପଚରାଉଚରା ପାଇଁ ସହରକୁ ସ୍ଥାନାସ୍ତର କରିଯିବା ସମ୍ପର୍କରେ ମୁମ୍ବାଇ ପୋଲିସ କୌଣସି ସୂଚନା ପାଇନାହିଁ । ପାକିସ୍ଥାନୀ- କାନାଡିୟ ନାଗରିକ ତହାୱୁର ରାଣାଙ୍କୁ ଆମେରିକାରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା(ଏଲଇଟି)କାର୍ଯ୍ୟକାରୀ ଏବଂ ୧୭୪ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ମୁମ୍ବାଇ ଆକ୍ରମଣ ପାଇଁ ଦାୟୀ ଗୋଷ୍ଠୀକୁ ସାମଗ୍ରୀ ସହାୟତା ଯୋଗାଇବା ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

ଅନ୍ୟପଟେ ରାଣା ୨୦ମାର୍ଚ୍ଚ ୨୦୨୫ରେ ମୁଖ୍ୟ ବିଚାରପତି ଙ୍କ ନିକଟରେ ଏକ ଜରୁରୀକାଳୀନ ଆବେଦନ ଦାଖଲ କରିଥିଲେ, ଯେଉଁଥିରେ ତାଙ୍କ ପ୍ରତ୍ୟର୍ପଣ ଉପରେ ରୋକ ​​ଲଗାଇବା ପାଇଁ ଆବେଦନ କରାଯାଇଥିଲା। କିନ୍ତୁ ଏପ୍ରିଲ ୭ ତାରିଖରେ ଆମେରିକାର ସୁପ୍ରିମ କୋର୍ଟ ତହାୱୁର ରାଣାଙ୍କ ଭାରତ ପ୍ରତ୍ୟର୍ପଣ ଉପରେ ରୋକ ଲଗାଇବା ପାଇଁ କରିଥିବା ଆବେଦନକୁ ଖାରଜ କରିଥିଲେ । ସେପଟେ ରାଣା ତାଙ୍କ ପୂର୍ବ ଆବେଦନ ପାଇଁ ଯୁକ୍ତି ଦେଇଥିଲେ ଯେ, ବିଭିନ୍ନ କାରଣରୁ ସେ ଭାରତରେ ବିଚାର ପାଇଁ ଯଥେଷ୍ଟ ଦିନ ପର୍ଯ୍ୟନ୍ତ ବଞ୍ଚିପାରିବେ ନାହିଁ । ପେଟରେ ୩.୫ସେ.ମି.ର ଆଓର୍ଟିକ ଆନିଉରିଜ୍ମରେ ପୀଡିତ ବୋଲି ରାଣା ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଏପରି କହିଛନ୍ତି । ସ୍ଥାନାନ୍ତର ହେବା ଦ୍ବାରା ଫାଟିଯିବାର ଆଶଙ୍କା ରହିଛି  ବୋଲି କହିଛନ୍ତି ଅଭିଯୁକ୍ତ ରାଣା। ପାର୍କିନ୍ସନ୍ସ ରୋଗ ସହିତ ଜ୍ଞାନାତ୍ମକ ହ୍ରାସ ଏବଂ ମୂତ୍ରାଶୟ କର୍କଟ ରୋଗର ଏକ ଗଣ ସୂଚକ। ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ ତାଙ୍କୁ “ହର୍ନେଟ୍ସ ବସା” ପଠାଯାଇପାରିବ ନାହିଁ, ଯେଉଁଠାରେ ତାଙ୍କୁ ଜାତୀୟ, ଧାର୍ମିକ ଏବଂ ସାଂସ୍କୃତିକ ଶତ୍ରୁତା ଯୋଗୁଁ ଟାର୍ଗେଟ କରାଯିବ।

 

Also Read : ଫ୍ରାନସରୁ ୨୬ ରାଫେଲ କିଣିବ ଭାରତ, ୬୩ ହଜାର କୋଟିର ଡିଲରେ ମୋହର