ତାମିଲନାଡୁ ପାଇଁ ଆଜି ଥିଲା ଦୁର୍ଘଟଣାର ଦିନ, ପୃଥକ ପୃଥକ ଦୁର୍ଘଟଣା ଘଟି ଚାଲିଗଲା ୨୬ ଜଣଙ୍କ ଜୀବନ
ଚେନ୍ନାଇ: ତାମିଲନାଡୁରେ ପୃଥକ ପୃଥକ ଦୁର୍ଘଟଣା ଘଟି ଚାଲିଯାଇଛି ୨୬ ଜଣଙ୍କର ଜୀବନ। ପୋଲିସର କହିବା ମୁତାବକ ଗୁରବାର ଦିନ ଏକ ଯାତ୍ରୀବାହୀ ବସକୁ ଏକ ଟ୍ରକ ଧକ୍କା ଦେବା ଫଳରେ ୨୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ବସଟି ବେଙ୍ଗାଲୁରୁରୁ ଏର୍ଣ୍ଣାକୁଲମ ଯିବା ବାଟରେ ତ୍ରୀପୁରା ଜିଲ୍ଲାର ଅଭିନାଶୀ ଅଞ୍ଚଳରେ ଦୁର୍ଘଟଣା ଘଟିଥିଲା। ମାଲବାହୀ ଟ୍ରକଟିର ଆଗ ଚକା ଫାଟିଯିବାରୁ ନିୟନ୍ତ୍ରଣ ହରାଇ ବସିଥିଲା ଡ୍ରାଇଭର। ଯାହା ଫଳରେ ବିପରୀତ ଦିଗରୁ ଆସୁଥିବା ବସକୁ ସାମ୍ନା ପଟୁ ଧକ୍କା ଦେଇଥିଲା। ଦୁର୍ଘଟଣାର ମାତ୍ରା ଏତେ ତିବ୍ର ଥିଲା ଯେ ବସଟିର ଡାହଣ ପଟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଦୁର୍ଘଟଣା ପରେ ଅଗ୍ନିଶମ ବିଭାଗ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟର ଲାଗିପଡିଥିଲେ।
ଏହି ଦୁର୍ଘଟଣାକୁ ନେଇ ତାମିଲନାଡୁର ମୁଖମନ୍ତ୍ରୀ କେ.ପଲାନା ସ୍ବାମୀ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଅନ୍ୟ ୨୩ ଆହାତଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ମୃତ ବ୍ୟକ୍ତିଙ୍କ ସମ୍ପର୍କିୟ ମାନଙ୍କ ସହାୟତା ପାଇଁ ଏକ ସହାୟତା କେନ୍ଦ୍ର ଖୋଲାଯାଇଛି।ଏହି ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ଟ୍ବିଟର ମାଧ୍ୟମରେ ଶୋକ ପ୍ରକାଶ କରିବା ସହ ଆହାତ ମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ଏହି ଭଳି ଅନ୍ୟ ଏକ ଦୁର୍ଘଟଣା ତାମିଲନାଡୁର ସାଲେମ ଜିଲ୍ଲାରେ ଘଟିଛି। ୨ ମହିଳାଙ୍କୁ ମିଶାଇ ୪ ଜଣ ନେପାଳ ପର୍ଯ୍ୟଟକ ମୃତ୍ୟୁବରଣ କରିଛନ୍ତି। ଏହି ପର୍ଯ୍ୟଟକମାନେ ଏକ ଭ୍ୟାନ ଯୋଗେ କନ୍ୟାକୁମାରୀରୁ ରାଜସ୍ଥାନ ଫେରିଥିବା ବେଳେ ଭ୍ୟାନଟି ଏକ ବସ ସହ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ୬ ମୃତକଙ୍କ ସହ ଭ୍ୟାନରେ ଥିବା ୨୪ ଆହାତଙ୍କୁ ଉଦ୍ଧାର କରାଯାଇଛି। ଏହି ଘଟଣାରେ ଆହାତ ଥିବା ସମସ୍ତ ଯାତ୍ରୀଙ୍କୁ ସବୁପ୍ରକାର ଚିକିତ୍ସା ସୁବିଧା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ କେ.ପଲାନା ସ୍ବାମୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।