ଭୂମିକମ୍ପ ପରେ ତୁର୍କୀ ଏବଂ ସିରିଆରେ ୨.୬ କୋଟି ଲୋକ ରୋଗାଗ୍ରସ୍ତ, ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଲା WHO

ତୁର୍କୀ ଏବଂ ସିରିଆ ଭୂମିକମ୍ପ ପରେ ଲୋକେ ରୋଗରେ ପୀଡିତ । ପାଖାପାଖି ୨.୬ କୋଟି ଲୋକ ରୋଗାଗ୍ରସ୍ତ । ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଲା WHO । ନିଶୁଳ୍କ ଚିକିତ୍ସା ଯୋଗାଉଥିବା ସଂସ୍ଥା କାମରେ ନିୟୋଜିତ ।

ଭୂମିକମ୍ପ ପରେ ତୁର୍କୀ ଏବଂ ସିରିଆରେ ୨.୬ କୋଟି ଲୋକ ରୋଗରେ ପୀଡିତ । ତେଣୁ ନିଶୁଳ୍କ ଚିକିତ୍ସା ସହାୟତା ଦେଉଥିବା ସଂସ୍ଥା ଏମଏସଏଫର ୧୪ଟି ଟ୍ରକ ଭୂମିକମ୍ପ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ସେବା ଯୋଗାଉଛି । ଫେବୃଆର ୬ ତାରିଖରେ ଆସିଥିବା ପ୍ରଳୟଙ୍କରୀ ଭୂମିକମ୍ପ ପରେ ରୋଗରେ ପୀଡିତ ହୋଇଛନ୍ତି ୨.୬ କୋଟି । ଏମାନଙ୍କ ଚିକିତ୍ସା କରିବା ଜରୁରୀ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ।

ତେବେ WFP ଚେତାବନୀ ପରେ ଏମଏସଏଫର ଚିକିତ୍ସା ଦଳ ପ୍ରଭାବିତ ଅଞ୍ଚଳରେ ପହଞ୍ଚିବାକୁ ଅନୁମତି ମିଳିଛି । ଦଳରେ ଚିକିତ୍ସକଙ୍କ ସହିତ ବିଭିନ୍ନ ପ୍ରକାର ଔଷଧ ମଧ୍ୟ ଦିଆଯାଇଛି । ଆବଶ୍ୟକତା ପଡିଲେ ଅପରେସନ କରିବାକୁ କୁହାଯାଇଛି । ସ୍ଥିତିରେ ସୁଧାର ଆଣିବା ପାଇଁ ଯଥା ସମ୍ଭବ ଚେଷ୍ଟା କରାଯିବ ବୋଲି କୁହାଯାଇଛି । ଭୂମିକମ୍ପ ଆସିବାର ୧୨ ଦିନ ପରେ ମଧ୍ୟ ଭଗ୍ନାବଶେଷ ତଳୁ ଜୀବନ୍ତ ଏବଂ ମୃତ ବ୍ୟକ୍ତିକୁ ବାହାର କରାଯାଉଛି ।

ସୂଚନାଯୋଗ୍ୟ, ସୂଚନା ମୁତାବକ, ଗତ କିଛିଦିନ ତଳେ ତୁର୍କୀ ଏବଂ ସିରିଆରେ ହୋଇଥିବା ୭.୮ ତୀବ୍ରତାର ଭୂମିକମ୍ପରେ ସବୁକିଛି ନଷ୍ଟ ହୋଇଯାଇଥିଲା । ଦୁଇ ଦେଶରେ ଏପର୍ଯ୍ୟନ୍ତ ୪୬,୦୦୦ ହଜାର ଲୋକ ମରିସାରିଲେଣି । ପାଖାପାଖି ୩୦୦ ବିଲିଡିଂ ଧ୍ୱଂସ ହୋଇଛି । ଏପର୍ଯ୍ୟନ୍ତ ଅନେକ ନିଖୋଜ ରହିଛନ୍ତି । ତେବେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଖବର ମିଳିଛି ।

ଫେବୃଆରୀ ୬ ତାରିଖରେ ୭.୮ ତୀବ୍ରତାର ଭୂମିକମ୍ପ ଆସିଥିଲା । ଏହା ପରେ ୧୨ ଘଣ୍ଟା ମଧ୍ୟରେ ୩ଥର ପାଇଁ ୨ ଦିନ ମଧ୍ୟରେ ୫ ଥର ଭୂମିକମ୍ପ ହୋଇଥିଲା । ତୁର୍କୀ-ସିରିଆରେ ଲଗାତାର ଭୂକମ୍ପ ଝଟକା ଅନୁଭୂତ ହେଉଛି । ବିନାଶକାରୀ ଭୂମିକମ୍ପର ୬ ଦିନ ପରେ ମଧ୍ୟ ମାଟି ତଳୁ ଜଣେ ଗର୍ଭବତୀ ଏବଂ ଦୁଇ ପିଲାଙ୍କୁ ଜୀବିତ ଉଦ୍ଧାର କରାଯାଇଛି । ଭୂମିକମ୍ପ ପ୍ରପୀଡ଼ିତ ଅଞ୍ଚଳ ଛାଡ଼ି ଇସ୍ତାନ୍ବୁଲ୍, ଅଙ୍କାରା, ଅନ୍ତାଲା ଏବଂ ଅନ୍ୟାନ୍ୟ ନିରପଦ ଅଞ୍ଚଳକୁ ଚାଲିଯାଉଛନ୍ତି । ପୂର୍ବରୁ ୧୯୯୯ରେ ତୁର୍କୀରେ ଭୟଙ୍କର ଭୂକମ୍ପ ହୋଇଥିଲା । ଏଥିରେ ୧୭ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା ।