ପାକିସ୍ତାନରେ ହିନ୍ଦୁ ମନ୍ଦିର ଭଙ୍ଗାରୁଜା, ଭିଡିଓ ଭାଇରଲ ପରେ ୨୬ ଗିରଫ

ପାକିସ୍ତାନର ଖେବର ପତ୍ଖୁନଙ୍ଖାର କରକ ଜିଲ୍ଲାରେ କଠୋରପନ୍ଥୀମାନେ ହିନ୍ଦୁ ମନ୍ଦିରକୁ ଭାଙ୍ଗି ସେଥିରେ ନିଆଁ ଲଗାଇଦେଇଛନ୍ତି। ଏହି ମାମଲାରେ ୨୬ ଜଣକୁ ଗିରଫ କରାଯାଇଛି। ଏହାକୁ ନେଇ ଭାରତୀୟମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ସେହିପରି ପାକିସ୍ତାନର ପ୍ରାନ୍ତୀୟ ସରକାର କ୍ଷତିଗ୍ରସ୍ତ ହିନ୍ଦୁ ମନ୍ଦିରକୁ ପୁନଃନିର୍ମାଣ ପାଇଁ ଦାବି ମଧ୍ୟ କରାଯାଇଛି।

ଏହା ପୂର୍ବରୁ ବିଦେଶ ମନ୍ତ୍ରଣାଳୟ ପାକିସ୍ତାନର ଉଚ୍ଚ ଆୟୋଗକୁ ଅଳ୍ପସଂଖ୍ଯକ ସମୁଦାୟର ସଦସ୍ଯଙ୍କ ବିରୋଧରେ ଅତ୍ଯାଚାର ଗମ୍ଭୀର ମାମଲା ବିଷୟରେ ଅବଗତ କରାଇଥିଲେ। ସୂତ୍ର ମୁତାବକ, ଭାରତୀୟ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ପାକିସ୍ତାନ ସରକାର ଏହି ମାମଲାର ଯାଞ୍ଚ କରିବ ଏବଂ ମନ୍ଦିର ବିଧ୍ବଂସ ଏବଂ ଏଥିପାଇଁ କେଉଁମାନେ ଦାୟୀ, ସେମାନଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ କରିବାକୁ ଦାବି କରାଯାଇଛି।

ଏହା ପ୍ରଥମ ଥର ନୁହେଁ, ଏହା ପୂର୍ବରୁ ପାକିସ୍ତାନ ହିନ୍ଦୁ ମନ୍ଦିର ଭାଙ୍ଗିଛି। ୧୯୯୭ ମସିହାରୁ ଏହା ଚାଲିଆସିଛି। ବିଦେଶ ମନ୍ତ୍ରଣାଳୟ ପାକିସ୍ତାନ ସରକାରଙ୍କୁ ଏହି ମାମଲାର ଯାଞ୍ଚ କରି ରିପୋର୍ଟ ଦେବା ପାଇଁ ମଧ୍ୟ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.