କରୋନାରେ ୨୬୫ ପୋଲିସ କର୍ମୀଙ୍କ ମୃତ୍ୟୁ, ଗତ ୨୪ ଘଣ୍ଟାରେ ୩୭୦ କୋଭିଡ୍‌ ପଜିଟିଭ୍‌

ବର୍ତ୍ତମାନ ସବୁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବିଶିଷ୍ଟ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ କରୋନାର ଶିକାର ହେଉଛନ୍ତି। ଲୋକଙ୍କୁ କରୋନା ନିୟମର ପାଳନ ନେଇ ସଚେତନ କରୁଥିବା ମହାରାଷ୍ଟ୍ର ପୋଲିସ ମଧ୍ୟ କରୋନା ସଂକ୍ରମଣ ଠାରୁ ବର୍ତ୍ତି ନାହିଁ। ରାଜ୍ୟରେ କରୋନା ମହାମାରୀରେ ସଂକ୍ରମିତ ହୋଇ ଇତି ମଧ୍ୟରେ ୨୬୫ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏହି ମାମଲାରେ ମୁମ୍ବାଇର ପୋଲିସ ସବୁଠୁ ଆଗୁଆ ଅଛନ୍ତି। ଦେଶର ଆର୍ଥିକ ରାଜଧାନୀରେ ଏବେ ଯାଏଁ ୧୨୬ ପୋଲିସ କର୍ମୀ କୋଭିଡ୍‌ ଯୋଗୁ ଜୀବନ ହରାଇସାରିଲେଣି।

କେଉଁଠି କେତେ ମୃତ୍ୟୁ:

ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ୩୭, ନାଗପୁରରେ ୨୫, ପୁଣେରେ ୨୦, ଅହମ୍ମଦନଗରରେ ୧୭, ଗଢ଼ଚିରୌଲୀରେ ୧୬, ନବି ମୁମ୍ବାଇରେ ୧୨ ଓ ନାସିକରେ ୧୨ ଜଣ ପୋଲିସ କର୍ମୀଙ୍କର ଇତି ମଧ୍ୟରେ କରୋନାରେ ମୃତ୍ୟୁ ଘଟିଛି। ମହାରାଷ୍ଟ୍ର ପୋଲିସରେ ଏବେ ୨୧୪୫ଟି ଆକ୍ଟିଭ୍‌ କେସ୍‌ ରହିଛି।

୩୭୦ ପୋଲିସ କର୍ମୀ ସଂକ୍ରମିତ:

ମହାରାଷ୍ଟ୍ରରେ ଏବେ ୩୭୦ ପୋଲିସ କର୍ମୀ ସଂକ୍ରମିତ ହୋଇଛନ୍ତି। ଏହା ପୂର୍ବରୁ ସୋମବାର ଦିନ ମଧ୍ୟ ୨୯୮ ପୋଲିସ କର୍ମୀଙ୍କୁ କରୋନା ହୋଇଥିଲା। ଏହି ସମୟରେ ପୂରା ରାଜ୍ୟରେ ୯୪୦୧ ପୋଲିସ କର୍ମୀ କ୍ୱାରେଣ୍ଟାଇନ୍‌ ଅଛନ୍ତି। କରୋନାର ତୃତୀୟ ଲହରୀରେ ଅନେକ ପୋଲିସ କର୍ମୀଙ୍କ ଜୀବନ ଯାଇଛି। ମହାମାରୀ ଯୋଗୁ କେବଳ ମୁମ୍ବାଇରେ ୧୨୬ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଛି। ଥାନେରେ ୩୭, ନାଗପୁରରେ ୨୫, ଅହମ୍ମଦନଗରରେ ୧୭, ଗଢ଼ଚରୌଲିରେ ୧୬ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଛି। ନବୀ ମୁମ୍ବାଇ ଓ ନାସିକରେ ୧୨-୧୨ ପୋଲିସ କର୍ମୀଙ୍କ ଜୀବନ ଯାଇଛି, ଯାହା ଏବେ ରାଜ୍ୟର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି।