ଭୟଙ୍କର ଦୁର୍ଘଟଣା: ଘାଟିରୁ ଖସିଲା ଯାତ୍ରୀବାହୀ ବସ୍ :୨୭ ମୃତ, ୧୭ ଗୁରୁତର

ଆମେରିକାର ମେକ୍ସିକୋରେ ଭୟଙ୍କର ଦୁର୍ଘଟଣା । ଗୋଟିଏ ଯାତ୍ରୀବାହୀ ବସ୍‌ ଏଠାରେ ଘାଟିରୁ ଖସି ଗଭୀର ଖାତରେ ପଡ଼ିବାରୁ ୨୭ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୧୩ ପୁରୁଷ, ୧୩ ମହିଳା ଏବଂ ଜଣେ ଶିଶୁ ରହିଛନ୍ତି । ୧୭ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ନୂଆଦିଲ୍ଲୀ : ଆମେରିକାର ମେକ୍ସିକୋରେ ଭୟଙ୍କର ଦୁର୍ଘଟଣା । ଗୋଟିଏ ଯାତ୍ରୀବାହୀ ବସ୍‌ ଏଠାରେ ଘାଟିରୁ ଖସି ଗଭୀର ଖାତରେ ପଡ଼ିବାରୁ ୨୭ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୧୩ ପୁରୁଷ, ୧୩ ମହିଳା ଏବଂ ଜଣେ ଶିଶୁ ରହିଛନ୍ତି । ୧୭ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ବସ୍‌ଟି ସଂପୂର୍ଣ୍ଣ ରୂପ ଚୂରମାର ହୋଇ ଯାଇଥିବା ବେଳେ ଉଦ୍ଧାରକାରୀ ଦଳ ଏହାକୁ ଖାତରୁ ଉଦ୍ଧାର କରି ଉପରକୁ ଆଣିବା ବେଳର ଫଟୋ ସାମ୍ନାକୁ ଆସିଛି।

ପୋଲିସ୍‌ କହିଛି ଯେ କିଛି ଲୋକଙ୍କ ଧରି ବସ୍‌ଟି ପାହାଡ଼ିଆ ରାସ୍ତା ଅତିକ୍ରମ କରୁଥିଲା। ହେଲେ କୌଣସି କାରଣରୁ ଏହା ଭାରସାମ୍ୟ ହରାଇ ଖାତକୁ ଖସି ପଡ଼ିଥିଲା। ଏଥିରେ ୨୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏମାନଙ୍କ ମଧ୍ୟରୁ ୬ ଜଣ ଏବେ ବି ଚେତାଶୂନ୍ୟ ଅବସ୍ଥାରେ ରହିଛନ୍ତି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ କରାଯାଉଛି। ତେବେ ମେକାନିକାଲ ଫେଲ୍‌ ଯୋଗୁ ଏପରି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ପୋଲିସ୍‌ ଆକଳନ କରିଛନ୍ତି।

ବସ୍‌ ଟି ସ୍ଥାନୀୟ ପରିବହନ ସଂସ୍ଥା ପକ୍ଷରୁ ପରିଚାଳନା କରାଯାଉଥିଲା। ମଙ୍ଗଳବାର ରାତିରେ ବସ୍‌ ଟି ୪୦ରୁ ଅଧିକ ଲୋକଙ୍କୁ ଧରି ମେକ୍ସିକୋ ସିଟିରୁ ବାହାରି ଥିଲା। ଏହା ସାଣ୍ଟିଆଗୋ ଡେ ୟୋସୋନଡୁଆ ଯାଉଥିଲା। କିନ୍ତୁ ବୁଧବାର ଅଧା ରାସ୍ତାରେ ହିଁ ଏତେ ବଡ଼ ଘଟଣା ଘଟିଥିବା ପୋଲିସ୍‌ କହିଛି। ଜଣେ ଅଧିକାରୀ କହିଛନ୍ତି, ପାହାଡ଼ିଆ ରାସ୍ତା ଅତିକ୍ରମ କରୁଥିବା ବେଳେ ସମ୍ଭବତଃ ଡ୍ରାଇଭର ଏହା ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଏହା ଘାଟିରୁ ସିଧା ୮୦ ଫୁଟ ତଳକୁ ଖସି ପଡ଼ିଥିଲା।

କମ୍ପାନୀ ପକ୍ଷରୁ ମେକ୍ସିକୋ ସିଟିରୁ ଦୈନିକ ସେବା ଯୋଗା ଦିଆଯାଇଥାଏ। ପ୍ରତିଦିନ ସମାନ ରାସ୍ତାରେ ବସ୍‌ ଟି ଯାତାୟାତ କରିଥାଏ। ହେଲେ ବୁଧବାର ହଠା ଏପରି ଘଟଣା ଘଟିଥିବା ଅଧିକାରୀ ଜଣଙ୍କ କହିଛନ୍ତି। ଏହି ଦୁର୍ଘଟଣାରେ ଓକ୍ସାକାର ରାଜ୍ୟପାଳ ଦୁଃଖ ପ୍ରକାଶ କରିଛନ୍ତି । ଘଟଣାସ୍ଥଳରେ ପହଞ୍ଚି ଏବଂ ଯାତ୍ରୀଙ୍କୁ ସାହାଯ୍ୟ କରିବା ପାଇଁ ରାଜ୍ୟପାଳ ବିଭିନ୍ନ ଏଜେନ୍ସିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

You might also like