୨୮ ବର୍ଷର ବୋହୂ ସହ ୭୦ ବର୍ଷ ଶ୍ୱଶୁରଙ୍କ ହୋଇଗଲା ପ୍ରେମ, ମନ୍ଦିରରେ ହେଲା ବାହାଘର, ଫଟୋ ଭାଇରାଲ

ଗୋରଖପୁର : ପ୍ରେମ ଏମିତି ବି ହୁଏ ଯାହାକୁ ଶୁଣିଲେ ଯେ କେହି ନାକ ଟେକିବେ । ଏ ପ୍ରେମ ଆଖିରୁ ଆରମ୍ଭ ହୋଇ ହୃଦୟରେ ଶେଷ ହେବା ପ୍ରେମ ନୁହେଁ । ଯାହା ହୋଇଥାଏ ଯୌବନର ଉଦବେଳନରେ । ଏ ପ୍ରେମ ହେଉଛି ଜଣେ ୭୦ ବର୍ଷର ଶ୍ୱଶୁର ସହ ୨୮ ବର୍ଷର ବୋହୂଙ୍କ ପ୍ରେମ । ଘଟଣାଟି ଘଟିଛି ଉତ୍ତର ପ୍ରଦେଶ ଗୋରଖପୁର ଜିଲ୍ଲାରେ । ଏଠାକାର ବଡହଲଗଂଜ ଥାନା ଅଂଚଳରେ କୈଳାସ ଯାଦବ (୭୦) ନାମକ ଜଣେ ବୃଦ୍ଧ ତାଙ୍କର ୨୮ ବର୍ଷ ବୟସ୍କା ପୁତ୍ରବଧୂଙ୍କୁ ଏକ ମନ୍ଦିରରେ ବିବାହ କରୁଥିବା ଭିଡିଓ ଭାଇରାଲ ହେବାରେ ଦେଖିବାକୁ ମିଳିଛି ।

କୈଳାସ ବହହଲଗଂଜ ଥାନାରେ ଚୌକିଦାର ଭାବେ କାମ କରନ୍ତି । ୧୨ ବର୍ଷ ପୂର୍ବେ ତାଙ୍କର ପତ୍ନୀଙ୍କ ସ୍ୱର୍ଗବାସ ହୋଇଛି । କୈଳାସଙ୍କର ୪ ପୁତ୍ରଙ୍କ ମଧ୍ୟରୁ ୩ ନମ୍ବର ପୁତ୍ରଙ୍କର ମୃତ୍ୟୁ ହୋଇଯିବା ପରେ ଏହି ବୋହୂକୁ କୈଳାସ ଅନ୍ୟତ୍ର ବିବାହ କରିଥିଲେ । ହେଲେ ବୋହୂ ସେଠାରୁ ଚାଲି ଆସି ପ୍ରଥମ ଶ୍ୱଶୁରଙ୍କ ନିକଟରେ ରହିବାକୁ ଲାଗିଲେ ।

ଏହା ଭିତରେ ବୋହୂଙ୍କ ସହ ଶ୍ୱଶୁରଙ୍କ ବୋଧହୁଏ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ଶେଷରେ ଶ୍ୱଶୂର କୈଳାସ ବୋହୂକୁ ବିବାହ କରିବାକୁ ମନସ୍ଥ କରିଥିଲେ । ଉଭୟ ଏକ ମନ୍ଦିରରେ ବିବାହ ହେଉଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବାକୁ ଲାଗିଛନ୍ତି । ତେବେ ପୋଲିସକୁ ଏ ସମ୍ପର୍କରେ ପଚାରିବାରୁ ସେ ଇଣ୍ଟନେଟରେ ଆସିଥିବା ଫଟୋର ଯାଞ୍ଚ କରୁଥିବା କହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.