ଉତ୍ତର କାଶୀରେ ହିମସ୍ଖଳନ ଯୋଗୁଁ ଫସି ରହିଛନ୍ତି ୨୯ ଜଣ ପର୍ବତାରୋହୀ

ଉତ୍ତରାଖଣ୍ଡର ଉତ୍ତର କାଶୀରେ ଭୟଙ୍କର ହିମସ୍ଖଳନରେ ଫସି ରହିଛନ୍ତି ୨୯ ଜଣ ପର୍ବତାରୋହୀ। ଏପର୍ଯ୍ୟନ୍ତ ୯ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ତା ସହିତ ଉଦ୍ଧାର କାର୍ଯ୍ୟକୁ ଆହୁରି ଜୋରଦାର କରାଯାଇଛି । ଜମ୍ମୁ କାଶ୍ମୀର, ଗୁଲମାର୍ଗରେ ଏକ୍ସପର୍ଟ ଟିମ୍‌ ଉଦ୍ଧାରକାରୀ ଦଳ ସହ ସାମିଲ ହୋଇଛନ୍ତି।

ଉଦ୍ଧାରକାରୀ ଦଳ ମଧ୍ୟରେ ସାମିଲ ଅଛନ୍ତି ଏନ୍‌ଡିଆରଏଫ୍‌, ସେନା ଓ ଆଇଟିବିପି ଯବାନ । ଉତ୍ତରକାଶୀର ନେହରୁ ଇନ୍‌ଷ୍ଟିଚ୍ୟୁଟ ଅଫ ମାଉଣ୍ଟେନିଅରିଂର ପର୍ବତ ଆରୋହୀ ପର୍ବତର ଶିଖରକୁ ଯାଇଥିଲେ। ଏହି ସମୟରେ ସମୁଦ୍ର ପତ୍ତନ ଠାରୁ ପ୍ରାୟ ୧୮ହଜାର ଫୁଟ ଉପରେ ପ୍ରକୃତି ଦେଖାଇଥିଲା ପ୍ରକୋପ। ଭୟଙ୍କର ହିମସ୍ଖଳନରେ ପର୍ବତାରୋହୀ ଫସି ରହିଥିଲେ। ସେମାନଙ୍କ ମଧ୍ୟରୁ ୧୫ଜଣଙ୍କୁ ଆଇଟିବିପି ଓ ଏସ୍‌ଡିଆରଏଫ୍‌ ଉଦ୍ଧାର କରିଛି। ଏବେ ବି ୨୭ରୁ ଅଧିକ ନିଖୋଜ ନିଖୋଜ ଅଛନ୍ତି । ୧୮ ହଜାର ଫୁଟ ଉପରୁ ପର୍ବତଆରୋହୀଙ୍କୁ ଉଦ୍ଧାର କରିବା ଉଦ୍ଧାରକାରୀଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.