ଜମ୍ମୁ-କାଶ୍ମୀରର ଦୁଇଟି ଜାଗାରେ ରବିବାର ସକାଳୁ ଏନକାଉଣ୍ଟର ଜାରି ରହିଛି । ଶ୍ରୀନଗରର ଜବରୱାନ ଏବଂ କିଶତୱାରର ଛାସରେ ସୁରକ୍ଷା ବାହିନୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି । କିଶତୱାର ଗୁଳି ବିନିମୟ ବେଳେ ପାରା ସ୍ପେଶାଲ ଫୋର୍ସର ୩ ଜଣ ଯବାନ ଆହତ ହୋଇଛନ୍ତି । ଅଧିକାରୀ କହିଛନ୍ତି, ଏହି ଅଞ୍ଚଳରେ କାଶ୍ମୀର ଟାଇଗର୍ସ ଗ୍ରୁପର ଆତଙ୍କବାଦୀ ଲୁଚି ରହିଛନ୍ତି, ଯେଉଁମାନେ ୨ ଗ୍ରାମୀଣ ଗାର୍ଡଙ୍କୁ ହତ୍ୟା କରିଛନ୍ତି ।
ମିଳିଥିବା ସୂଚନା ମୁତାବକ, ଘାଟିରେ ସୁରକ୍ଷା ବାହିନୀ ଓ ଆତଙ୍କୀଙ୍କ ମଧ୍ୟରେ ଗତ ୧୮ ଘଣ୍ଟା ମଧ୍ୟରେ ଏହା ହେଉଛି ତୃତୀୟ ସଂଘର୍ଷ ଏବଂ ଗତ ୧୦ ଦିନ ମଧ୍ୟରେ ୮ମ ଏନକାଉଣ୍ଟର । ସେନା ଏନକାଉଣ୍ଟରରେ ଏ ପର୍ଯ୍ୟନ୍ତ ୮ ଆତଙ୍କୀ ନିପାତ ହୋଇଛନ୍ତି ।
ରବିବାର ସକାଳେ କିଶତୱାରରେ ସୁରକ୍ଷା ବାହିନୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟରେ ୩ ପାରାଟ୍ରୁପର ଆହତ ହୋଇଛନ୍ତି । ସୁରକ୍ଷା ବାହିନୀ ଆତଙ୍କବାଦୀମାନଙ୍କୁ ଘେରି ନେଇଥିବା ସୂଚନା ରହିଛି ।
ଏହି କିଛି ଦିନ ହେବ ଜମ୍ମୁ-କାଶ୍ମୀରରେ ଆତଙ୍କୀ ଘଟଣା ବହୁ ମାତ୍ରାରେ ବୃଦ୍ଧି ପାଇଛି । ଗତକାଲି ସୁପୌଲରେ ସୁରକ୍ଷା ବାହିନୀ ଜଣେ ଆତଙ୍କୀଙ୍କୁ ନିପାତ କରିଥିଲେ । ନିଶାତ ବାଗରେ ମଧ୍ୟ ଆତଙ୍କୀ ଲୁଚି ରହିଛନ୍ତି । ଏଠାରେ ସେନା ସର୍ଚ୍ଚ ଅପରେସନ ଚଳାଇଛି ।