ପୁଡୁଚେରୀ ଏକ୍ସପ୍ରେସର ୩ଟି ବଗି ମୁମ୍ବାଇ ମାଟୁଙ୍ଗା ଷ୍ଟେସନ ନିକଟରେ ଲାଇନଚ୍ୟୁତ

ମୁମ୍ବାଇ: ମୁମ୍ବାଇର ମାଟୁଙ୍ଗା ଷ୍ଟେସନ ନିକଟରେ ଟ୍ରେନ୍ ବଗି ଲାଇନଚ୍ୟୁତ! ଦାଦର-ପୁଡୁଚେରୀ ଏକ୍ସପ୍ରେସର ୩ଟି ବଗି ମୁମ୍ବାଇର ମାଟୁଙ୍ଗା ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇଛି। କ୍ରସିଂ ଲାଇନରେ ଦୁଇଟି ଟ୍ରେନ ପରସ୍ପର ସହ ସାମାନ୍ୟ ଧକ୍କା ହେବାରୁ ଏପରି ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହି ଘଟଣା ଶୁକ୍ରବାର ରାତିରେ  ଘଟିଥିବା କୁହାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ଟ୍ରେନଟି ପୁଡୁଚେରୀ ଅଭିମୁଖେ ଯାତ୍ରା ଆରମ୍ଭ କରିବାର କିଛି ସମୟ ପରେ ଏହି ଅଘଟଣ ଘଟିଥିଲ । ରାତି ପ୍ରାୟ ୯.୪୫ରେ ଦାଦର-ପୁଡୁଚେରୀ ଚାଲୁକ୍ୟ ଏକ୍ସପ୍ରେସଟି ଦାଦର ଟରମିନସର ପ୍ଲାଟଫର୍ମ ନଂ ୭ରୁ ଡାଉନ ଫାଷ୍ଟ ଲାଇନରେ ପ୍ରବେଶ କରୁଥିଲା। ସେହି ସମୟରେ ଯାତ୍ରା ଆରମ୍ଭ କରିଥିବା ସିଏସଏମଟି-ଗଡଗ ଏକ୍ସପ୍ରେସଟି ଦାଦର-ପୁଡୁଚେରୀ ଚାଲୁକ୍ୟ ଏକ୍ସପ୍ରେସକୁ ପଛପଟୁ ସାମାନ୍ୟ ଧକ୍କା ଦେଇଥିଲା। କ୍ରସିଂ ଲାଇନ ନିକଟରେ ହିଁ ଏପରି ଘଟଣା ଘଟିଛି। ଧକ୍କା ହେବାରୁ ପୁଡୁଚେରୀ ଏକ୍ସପ୍ରେସର ୩ଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା।

ଅନ୍ଯପଟେ ଦୁର୍ଘଟଣା ବେଳର ଗୋଟିଏ ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ସୌଭାଗ୍ୟବଶତଃ ଦୁର୍ଘଟଣାରେ କେହି ବି ମୃତାହତ ହୋଇନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.