ବୋମା ଆତଙ୍କ ପାଇଁ ବିମାନ କର୍ତ୍ତୃପକ୍ଷ କ୍ଷତି ସହୁଛନ୍ତି ୩ କୋଟି

ଦିଲ୍ଲୀ: ଭାରତରେ ଏହି କିଛି ଦିନ ହେଲା ଲଗାତାର ଭାବରେ ବିମାନରେ ବୋମା ରହିଥିବା କହି ମିଛ ଫୋନ କରି ଲୋକଙ୍କୁ ଭୟଭୀତ କରାଯାଉଛି ।  ବିମାନ ଗୁଡିକରେ ବୋମା ରହିଥିବା କଥା କହି ବିମାନ କମ୍ପାନୀ ଗୁଡିକର ବ୍ୟାପକ କ୍ଷତି ଘଟାଉଛନ୍ତି ଦୁର୍ବୁତ୍ତ ।  ତେବେ ଆଜି ପର୍ଯ୍ୟନ୍ତ ୪୦ ଟି ବିମାନରେ ବୋମା ଅଛି ବୋଲି ଧମକ ମିଳିସାରିଛି  ।  ଯାହାକି ମିଛ ବୋଲି ଜଣା ପଡିଛି ।  କିନ୍ତୁ ବିମାନରେ ବୋମା ଥିବା ମିଛ ପ୍ରଚାର ପାଇଁ ୬୦ରୁ ୮୦ କୋଟି ଟଙ୍କା ବିମାନ କମ୍ପାନୀ କ୍ଷତି ସହୁଛି ।

ତେବେ ବିମାନରେ ବୋମା ରହିଥିବାର ସୂଚନା ମିଳିବା ପରେ ବିମାନଟି ପାଖରେ ଥିବା ଏୟାରପୋର୍ଟରେ ଅବତରଣ କରିବାକୁ ପଡିଥାଏ ।ଏହା କେବଳ ଅଧିକ ଇନ୍ଧନ ଖର୍ଚ୍ଚ କରେ ନାହିଁ  ।  ବିମାନଟିକୁ  ଯାଞ୍ଚ କରିବା  ଯାତ୍ରୀମାନଙ୍କ ପାଇଁ ହୋଟେଲର ବ୍ୟବସ୍ଥା କରିବା, ଯାତ୍ରୀମାନଙ୍କର ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପର୍ଯ୍ୟନ୍ତ ବ୍ୟବସ୍ଥା କରିବାକୁ ପଡିଥାଏ । ଏହି ସମସ୍ତ ବ୍ୟବସ୍ଥା କରିବା ପାଇଁ ପ୍ରାୟ ତିନି କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ । ଜରୁରୀକାଳିନ ଅବତରଣ ପାଇଁ ଅନ୍ୟାନ୍ୟ ଖର୍ଚ୍ଚ ବିମାନ କମ୍ପାନୀର ଖାତାକୁ ଆସିଥାଏ । ବିମାନ ପାଇଁ ପାର୍କିଙ୍ଗ ଶୁକ୍ଳ ବିମାନବନ୍ଦରରେ ଦେବାକୁ ପଡିବ ।  ତେବେ କୌଣସି ଯାତ୍ରୀଙ୍କର ଅନ୍ୟ କୌଣସି ସଂଯୋଗକାରୀ ବିମାନ କିମ୍ବା ପାଇଲଟ ରହିଥାଏ ତେବେ ସେହି ଯାତ୍ରୀଙ୍କୁ ବିମାନଟି କ୍ଷତି ପୂରଣ ଦେଇଥାଏ । ଯାହା ବିମାନ ପାଇଁ ମହଙ୍ଗା ପଡିପାରେ ।

ଏକ ପାଇଲଟ ପାଇଁ ସମସ୍ତ ଏକ ଘଣ୍ଟାର ଇନ୍ଧନ ଲକ୍ଷ ଲକ୍ଷ ଟଙ୍କାରେ ପହଞ୍ଚିଥାଏ । ଏକ ଜାତୀୟ ଗଣ ମାଧ୍ୟମରେ ଏକ ରିପୋର୍ଟ ଅକ୍ଟବର ୧୪ ତାରିଖ ସୋମବାର ଏୟାର ଇଣ୍ଡିଆର ବୋଇଙ୍ଗ ୭୭୭ ବିମାନ ମୁମ୍ବାଇରୁ ନ୍ୟୁୟର୍କ ଜିଏଫକୋ କୁ ଯାତ୍ରା ନିମନ୍ତେ ସ୍ଥିର ହୋଇଥିଲା । ଉଡାଣ ଭରିବା ପାଇଁ ୧୩୦ ଟନ ଇନ୍ଧନ ଭର୍ତ୍ତି କରାଯାଇଥିଲା । ଯାହା ୧୬ ଘଣ୍ଟାର ନନ୍‌ ଷ୍ଟପ ଯାତ୍ରା ପାଇଁ ରହିଥିଲା । ତେବେ ବିମାନର କିଛି ସମୟ ପରେ ବିମାନରେ ବୋମା ଥିବା ନେଇଁ ଏକ ଫୋନ ଆସିଥିଲା ।

ଏହି ଫୋନ ପରେ ପାଇଲଟ୍‌ ନ୍ୟୁୟର୍କ ଯିବା ବାତିଲ କରି ତୁରନ୍ତ ଦିଲ୍ଲୀକୁ ବିମାନକୁ ଅଣା ଯାଇଥିଲା  ।  କିନ୍ତୁ ଏହା ତୁରନ୍ତ ଅବତରଣ କରି ପାରିଲା ନାହିଁ । ଏହାର କାରଣ ବୋଇଙ୍ଗ ୭୭୭ ର ଅବତରଣ ଓଜନ ୨୫୦ ଟନ ଅଧିକା ରହିଥିଲା ।  ବିମାନର ଉଡାଣ ସମୟରେ ବିମାନର ଓଜନ ୩୪୦ରୁ ୩୫୦ ଟନ ଥିଲା  ।  ଏହି ଅଧିକ ଇନ୍ଧନକୁ କମ କରିବା ପାଇଁ ୧୦୦ ଟନ ଇନ୍ଧନ କୁ ବାୟୁରେ ଘୁରାଇ ଜଳାଇ ଦିଆଗଲା ।  ଏଥିପାଇଁ ବିମାନକୁ ଏକ କୋଟି ଟଙ୍କାର କ୍ଷତି ସହିବାକୁ ପଡିଥିଲା  ।

ବିମାନର ଏକ ବରିଷ୍ଠ ଅଧିକାରୀ କହିଛନ୍ତି କି ବିମାନରେ ବୋମା ରହିବା ଭଳି ଧମକ ଖବର ଆଥିର୍କ ଆତଙ୍କବାଦ ଭଳି ଖବର ହୋଇଥାଏ  ।  ଏହା ବିମାନର ସେବା ଉପରେ ପ୍ରଭାବ ପକାଇଥାଏ  ।  ଏଭଳି ଧମକ ଦେଉଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ଉଚିତ  ।  ଯାହାଦ୍ୱାରା ଯାତ୍ରୀମାନେ ଭୟ ଓ ଅସୁବିଧାରୁ ରକ୍ଷା ପାଇବେ ।  ବିମାନ କମ୍ପାନୀ ଗୁଡିକୁ ଅଧିକ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ  ।

You might also like