ରାଜଧାନୀରେ ଫିଲ୍ମ ଷ୍ଟାଇଲ୍ରେ ଚୋରି; ନକଲି ED ସାଜି ଘରେ ପଶି ନେଇଗଲେ ୩ କୋଟି
ଫିଲ୍ମ ଷ୍ଟାଇଲରେ ଲୁଟ। ଯାହା ଆପଣଙ୍କୁ ଅକ୍ଷୟ କୁମାରଙ୍କ ଫିଲ୍ମ 'ସ୍ପେଶାଲ୍ 26' ମାନେ ପକାଇ ଦେବ। ଘରେ ପଶି ଲୁଟି ନେଲେ ୩ କୋଟି। ଏଭଳି କିଛି ଘଟଣା ଘଟିଛି ରାଜଧାନୀ ଦିଲ୍ଲୀର ହରିଦାସ ନଗରରେ।
ନୂଆଦିଲ୍ଲୀ : ଫିଲ୍ମ ଷ୍ଟାଇଲରେ ଲୁଟ। ଯାହା ଆପଣଙ୍କୁ ଅକ୍ଷୟ କୁମାରଙ୍କ ଫିଲ୍ମ ‘ସ୍ପେଶାଲ୍ 26’ ମାନେ ପକାଇ ଦେବ। ଘରେ ପଶି ଲୁଟି ନେଲେ ୩ କୋଟି। ଏଭଳି କିଛି ଘଟଣା ଘଟିଛି ରାଜଧାନୀ ଦିଲ୍ଲୀର ହରିଦାସ ନଗରରେ।
ଆଜି ସକାଳୁ କିଛି ଲୋକ ଦ୍ୱାରକାର ବାବା ହରିଦାସ ନାଗରରେ ଥିବା ଏକ ଘରର କବାଟ ବାଡେଇଥିଲେ। କବାଟ ଖୋଲିବା ପରେ ଅଭିଯୁକ୍ତମାନେ ଇଡି ଅଧିକାରୀ ଭାବେ ପରିଚୟ ଦେଇ ତାଙ୍କ ଘରେ ପଶିଥିଲେ। ଏହା ପରେ ଆରମ୍ଭ ହୋଇଥିଲା ପ୍ରକୃତ ଖେଳ। ଅଭିଯୁକ୍ତମାନେ ଘରର ଲୋକଙ୍କୁ କହିଥିଲେ ଯେ ଏଠାରେ ବେଆଇନ୍ ଟଙ୍କା ରଖାଯାଇଛି। ଘରୁ ଯାଞ୍ଚ କରିବା ବାହାନାରେ ସେମାନେ ନଗଦ ୩ କୋଟି ୨୦ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଏଥିସହିତ ସଦସ୍ୟଙ୍କୁ ପରଦିନ ପଚରାଉଚରା କରିବା ପାଇବ ଅଫିସକୁ ଡକାଯିବ ବୋଲି ମଧ୍ୟ କହିଥିଲେ। ତେବେ ଏମାନେ ନକଲି ଇଡି ଅଧିକାରୀ ଜଣାପଡିବା ପରେ ଘର ଲୋକେ ପୁଲିସକୁ ସୂଚନା ଦେଇଛନ୍ତି।
Miscreants entered a house posing as ED officers and looted approximately Rs 3.20 crore in the Baba Haridas Nagar area of Delhi. PCR caught a car from Narela and recovered Rs 70 lakhs. Police have arrested one of the accused and raids are underway at many places for others: Delhi…
— ANI (@ANI) October 15, 2023
ପରିବାର ଲୋକଙ୍କ କହିବା ଅନୁସାରେ ଆରମ୍ଭରୁ ନକଲି ଇଡି ଅଧିକାରୀଙ୍କ ଉପରେ ସନ୍ଦେହହେଉଥିଲା କାରଣ ସେମାନେ ଯେଉଁ ଗାଡିରେ ଆସିଥିଲେ ସେଥିରେ ସରକାରୀ ଚିହ୍ନ ନଥିଲା | ତେଣୁ ସେମାନେତୁରନ୍ତ ଘରୁ ବାହାରିବା ପରେ PCR କୁ ଡାକିଥିଲେ। ଏହା ପରେ ପୋଲିସ ଅଭିଯୁକ୍ତଙ୍କୁ ଗୋଡ଼ାଇ ଜଣଙ୍କୁ ଗିରଫ କରିଛି। ଦିଲ୍ଲୀ ପୁଲିସର କହିବା ମୁତାବକ, ଦୁର୍ବୃତ୍ତମାନେ ନକଲି ଇଡି ଅଧିକାରୀ ସାଜି ୩.୨୦ କୋଟି ଲୁଟ୍ କରିଛନ୍ତି। ଏହି ମାମଲାରେ ଏକ କାର୍କୁ ଜବତ କରାଯାଇଛି। ସେଥିରୁ ୭୦ ଲକ୍ଷ ଟଙ୍କା ମିଳିଛି। ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଖୁବ୍ଶୀଘ୍ର ଗିରଫ କରାଯିବ। ଏଥିପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଥିବା ପୁଲିସ କହିଛି।
ପୋଲିସ ଏହା ମଧ୍ୟ କହିଛି ଯେ ଯେଉଁ ବ୍ୟକ୍ତିଙ୍କ ଘରେ ନକଲି ଇଡି ଚଢ଼ାଉ କରିଥିଲେ ସେ ନିକଟରେ ଦ୍ୱାରକାଠାରେ ଏକ ବିକ୍ରି କରିଥିଲେ। ଆମେ ସନ୍ଦେହ କରୁଛୁ ଏସବୁ ବିଷୟରେ ଜଣାଥିବା ବ୍ୟକ୍ତି ମଧ୍ୟ ଉକ୍ତ ଘଟଣାରେ ଜଡିତ ହୋଇ ଥାଇପାରନ୍ତି |