ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ରାସ୍ତାରୁ ତଳକୁ ଓଲଟିପଡିଲା ବସ୍‌, ୩ ମୃତ ଏବଂ ୧୮ ଆହତ

ଉତ୍ତରପ୍ରଦେଶର କନ୍ନୋଜରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ୍‌ ଦୁର୍ଘଟଣାଗ୍ରସ୍ତ ହେବା ପରେ ୩ ଜଣ ପ୍ରାଣ ହରାଇଛନ୍ତି ଏବଂ ୧୮ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ହୋଇଥିବା ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ରବିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ତେବେ ଦୁର୍ଘଟଣା କ’ଣ ପାଇଁ ଘଟିଛି, ତାହାକୁ ନେଇ ଯାଞ୍ଚ ଚାଲିଛି ।

ସୂଚନା ମୁତାବକ, ଦିଲ୍ଲୀରୁ ଲକ୍ଷ୍ମୌ ଆଡକୁ ଯାଉଥିବା ଏକ ଘରୋଇ ସ୍ଲିପର ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଠାଠିୟା ଥାନା ଅଞ୍ଚଳର ପିପରୋଲି ଗାଁ ନିକଟରେ ଏହି ବସ୍‌ ଦୁର୍ଘଟଣାର ଶିକାର ହୋଇଥିଲା। ବସ୍‌ରେ ପାଖାପାଖି ୪୦ ଲୋକ ଯାତ୍ରା କରୁଥିଲେ ।
ସୂଚନାଯୋଗ୍ୟ, ବସ୍‌ଟି ଦ୍ରୁତ ଗତିରେ ଯାଉଥିବାରୁ ଅନିୟନ୍ତ୍ରିତ ହୋଇ ଏକ୍ସପ୍ରେସ େଓ୍ଵରୁ ତଳକୁ ଖସିପଡିଥିଲା । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ତେବେ ଦୁର୍ଘଟଣା ପରେ ପୋଲିସ ଏବଂ ଉଦ୍ଧାରକାରୀ ଟିମ୍‌ ପହଞ୍ଚି କାର୍ଯ୍ୟ ଜାରି ରଖିଛନ୍ତି ।


ରବିବାର ରାତି ୧୧ଟା ସମୟରେ ଦିଲ୍ଲୀରୁ ଲକ୍ଷ୍ମୌକୁ ନେଇ ଘରୋଇ ବସ୍‌ ବାହାରିଥିଲା। ତେବେ ଅଧ ରାତିରେ କୁହୁଡି ଯୋଗୁଁ ବସ୍‌ଟି ଅନିୟନ୍ତ୍ରିତ ହୋଇ ରାସ୍ତାରୁ ଓଲଟି ପଡିଥିଲା। ଘଟଣା ବିଷୟରେ ଜାଣିବା ପରେ ଥାନା ଅଧିକାରୀ କମଲ ଭାଟି ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ତତ୍‌କାଳ ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ। ତେବେ ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିନାହିଁ ଏବଂ ଆହତଙ୍କ ଚିକିତ୍ସା ଜାରି ରହିଛି ।

ତେବେ ଏହି ଦୁର୍ଘଟଣା ବିଷୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୃତକଙ୍କ ଆତ୍ମା ପାଇଁ ଶାନ୍ତି କାମନା କରି ଶୋକ ପ୍ରକାଶ କରିଛନ୍ତି । ଏହାସହିତ ଆହତମାନଙ୍କର ଉପଯୁକ୍ତ ଚିକିତ୍ସା ପାଇଁ ଜିଲ୍ଲାପାଳ ଏବଂ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.