କର୍ଣ୍ଣାଟକ: ୩ ଜେଡିଏସ ପରେ ୧୧ କଂଗ୍ରେସ ବିଧାୟକ ହେଲେ ଅଯୋଗ୍ୟ ଘୋଷିତ, ଏବେ ୟେଦିୟୁରପ୍ପା ସରକାର ପାଇଁ ରାସ୍ତା ସଫା

କର୍ଣ୍ଣାଟକ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ନୂଆ ସରକାର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ପୂର୍ବରୁ ୧୪ ବିଦ୍ରୋହୀ ବିଧାୟକ ଅଯୋଗ୍ୟ ଘୋଷିତ। ଦଳବଦଳ ଆଇନ ନେଇ ବାଚସ୍ପତି କେ ରମେଶ କୁମାର ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି କଂଗ୍ରେସର ୧୧ଜଣ ଓ ଜେଡିଏସର ୩ଜଣ ବିଧାୟକ। ଦଳବଦଳ ଆଇନ ନେଇ ଏମାନେ ଆଗାମୀ ୪ବର୍ଷ ପାଇଁ ନିର୍ବାଚନ ଲଢି ପାରିବେ ନାହିଁ। ପୂର୍ବରୁ ଗତ ଗୁରୁବାର ଦିନ ବାଚସ୍ପତି ଅନ୍ୟ ତିନି ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ଏମାନେ ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ଲଢି ପାରିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି। ବାଚସ୍ପତିଙ୍କ ନିଷ୍ପତ୍ତିକୁ କଂଗ୍ରେସ ସ୍ୱାଗତ କରିଛି। ଏଭଳି କଠୋର ନିୟମ ଲୋକପ୍ରତିନିଧିଙ୍କ ଦଳବଦଳ ରୋକିବାରେ ସହାୟକ ହେବ ବୋଲି ବରିଷ୍ଠ ନେତା ସିଦ୍ଧରମୈୟା କହିଛନ୍ତି

ଆହୁରି ପଢନ୍ତୁ: ୫୦ ଫୁଟ ତଳକୁ ଜ୍ବାଳାମୁଖୀରେ ଖସି ପଡ଼ିଲେ ସ୍ବାମୀ, ସାହସୀ ସ୍ତ୍ରୀ ‘ଯମରାଜ’ଙ୍କୁ ହରାଇଦେଲେ

୧୭ଜଣ ବିଧାୟକ ଅଯୋଗ୍ୟ ଘୋଷିତ ହେବା ପରେ କର୍ଣ୍ଣାଟକ ବିଧାନସଭାର ଆସନ ସଂଖ୍ୟା ୨୦୮କୁ କମିଯାଇଛି। ସଂଖ୍ୟା ଗରିଷ୍ଠତା ପାଇଁ ୧୦୫ ଜଣ ବିଧାୟକଙ୍କ ସଦସ୍ୟ ସମର୍ଥନ ଆବଶ୍ୟକ ହେଉଥିବା ବେଳେ ଏହି ସଂଖ୍ୟା ବିଜେପି ପାଖରେ ରହିଛି। କାରଣ ଆସ୍ଥା ଭୋଟ ବେଳେ ସପକ୍ଷରେ ୯୯ ଓ ବିପକ୍ଷରେ ୧୦୫ଟି ଭୋଟ୍‌ ପଡିଥିଲା। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ। ୟେଦି ବହୁମତ ସାବ୍ୟସ୍ତ କରି ସ୍ଥିର ସରକାର ଦେବେ ବୋଲି କହିଛି ବିଜେପି। ରାଜ୍ୟପାଳଙ୍କ କାର୍ଯ୍ୟାଳୟ କ୍ଷମତାକୁ ବିଜେପି ଉପଭୋଗ ନେଇ କଂଗ୍ରେସର ଅଭିଯୋଗକୁ ଦଳ ଖଣ୍ଡନ କରିଛି।

କୁମାରସ୍ୱାମୀ ସରକାର ଆସ୍ଥାଭୋଟରେ ପରାସ୍ତ ହେବା ପରେ ଦଳରେ ମତ ପାର୍ଥକ୍ୟ ଦେଖାଦେଇଛି। ଗୋଟିଏ ଗୋଷ୍ଠୀ ବିଜେପିକୁ ସମର୍ଥନ ଦେବା ପାଇଁ ଦାବି କରୁଥିବା ବେଳେ ଅନ୍ୟ ଗୋଷ୍ଠୀ ଏହାକୁ ବିରୋଧ କରିଛି। ତେବେ ଦଳ ସୁପ୍ରିମୋ ଏନେଇ କୌଣସି ମତ ସ୍ପଷ୍ଟ କରିନାହାନ୍ତି।

Leave A Reply

Your email address will not be published.