ୟୁପି ପିଲଭିତରେ ୩ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଏନକାଉଣ୍ଟର

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ପିଲଭିତ୍ ରେ ଏନକାଉଣ୍ଟର ।   ୩ ଖଲିସ୍ତାନୀ ଆତଙ୍କବାଦୀ ନିହତ ।  ୟୁପି ଓ ପଞ୍ଜାବ ପୋଲିସର ମିଳିତ ଅପରେସନ ବେଳେ ଏନକାଉଣ୍ଟର ।  ସେମାନଙ୍କ ନିକଟରୁ ୨ଟି ଏକେ-47 ଓ ୨ଟି ପିସ୍ତଲ ସହ ଅନ୍ୟ ମାରଣାସ୍ତ୍ର ଜବତ କରିଛି ପୋଲିସ ।

ପ୍ରଥମେ ପୋଲିସ ଉପରକୁ ଗୁଳିମାଡ଼ କରିଥିଲେ ୩ ଖଲିସ୍ତାନୀ ଆତଙ୍କବାଦୀ ।  ପୋଲିସର ପାଲଟା ଜବାବରେ ୩ଆତଙ୍କୀ ନିହତ ହୋଇଛନ୍ତି ।  ମୃତ ୩ ଆଙ୍କବାଦୀ ହେଲେ ଗୁରବିନ୍ଦର ସିଂହ, ଜସନପ୍ରିତ ସିଂହ ଏବଂ ବୀରେନ୍ଦ୍ର ସିଂହ। ସମସ୍ତ ଖଲିସ୍ତାନୀ କମାଣ୍ଡ ଫୋର୍ସର ସଦସ୍ୟ ।

ଗତ ଡିସେମ୍ବର ୧୯ ତାରିଖରେ ପଞ୍ଚାବ ଗୁରୁଦାସପୁରର ଏକ ପୋଲିସ ପୋଷ୍ଟ ଉପରେ ଗ୍ରେନେଡ ଓ ବୋମା ମାଡ଼ କରିଥିଲେ ।  ସେହିଦିନରୁ ଏମାନଙ୍କୁ ଖୋଜୁଥିଲା ପୋଲିସ ।  ଏମାନେ ପିଲିଭିତ ଅଞ୍ଚଳରେ ଉପସ୍ଥିତ ଥିବା ଜାଣିବା ପରେ ମିଳିତ ଅପରେସନ କରିଥିଲା ପୋଲିସ ।