ହ୍ଵାଇଟ୍‌ ହାଉସ୍‌ ନିକଟରେ ବିବାହ ବାର୍ଷିକୀ ପାଳୁଥିବା ବେଳେ ମୁଣ୍ଡରେ ପଡ଼ିଲା ଘଡ଼ଘଡ଼ି, ଚାଲିଗଲା ୩ ଜୀବନ; ଦେଖନ୍ତୁ ଲାଇଭ ଭିଡିଓ

ଆମେରିକାର ରାଷ୍ଟ୍ରପତି ଭବନ ହ୍ଵାଇଟ୍‌ ହାଉସ୍‌ ପାଖରେ ଶୁକ୍ରବାର ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଏ ନେଇ ଓ୍ଵାଶିଂଟନ୍‌ ଡିସି ପୋଲିସ କହିଛି, ଓ୍ଵାଶିଂଟନ୍‌ ଡିସିରେ ହ୍ଵାଇଟ୍‌ ହାଉସ୍‌ ନିକଟରେ ବଜ୍ରପାତ ହେବାରୁ ବିସ୍କାନ୍ସିସ୍‌ର ଜଣେ ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ ଘଟିଛି।

ମୃତ ଦମ୍ପତିଙ୍କ ଝିଆରୀ କହିଛନ୍ତି ଯେ ୭୬ ବର୍ଷୀୟ ଜେମ୍ସ ମୁଲର ଓ ତାଙ୍କ ୭୫ ବର୍ଷୀୟ ପତ୍ନୀ ଡୋନା ମୁଲର ନିଜର ୫୬ ତମ ବିବାହ ବାର୍ଷିକୀ ପାଳନ କରିବା ପାଇଁ ଆମେରିକାର ରାଜଧାନୀ ଓ୍ଵାଶିଂଟନ୍‌ ଆସିଥିଲେ। ଏଠାରେ କେକ୍‌ କାଟି ବିବାହ ବାର୍ଷିକୀ ପାଳନ କରୁଥିବା ବେଳେ ହଠାତ୍‌ ତାଙ୍କ ମୁଣ୍ଡରେ ଘଡ଼ଘଡ଼ି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ସେଠାରେ ଏକ ୨୯ ବର୍ଷୀୟ ଅଜଣା ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ଘଟିଛି। ସେହିପରି ଆଉ ଜଣେ ଗୁରୁତର ହୋଇଛନ୍ତି।

ବଜ୍ରାଘାତର ଶିକାର ହୋଇଥିବା ସମସ୍ତ ବ୍ୟକ୍ତି ଲାଫାୟେଟ୍‌ ପାର୍କରେ ବସିଥିଲେ। ଏହି ସମୟରେ ଅଚାନକ ଜୋରରେ ଝଡ଼ବର୍ଷା ହେବା ସହ ଘଡ଼ଘଡ଼ି ଓ ବିଜୁଳି ମାରିଥିଲା। ବଜ୍ରପାତ ଯୋଗୁ ଏହି ଦୁର୍ଘଟଣା ଘଟିଛି। ଏହି ଘଟଣାରେ ହ୍ଵାଇଟ୍‌ ହାଉସ୍‌ ପକ୍ଷରୁ ଶୋକ ବ୍ୟକ୍ତ କରାଯିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରାଯାଇଛି। ହ୍ଵାଇଟ୍‌ ହାଉସ୍‌ର ପ୍ରେସ୍‌ ସଚିବ ଜିନ୍‌ ପିୟରେ କହିଛନ୍ତି, ମୃତକଙ୍କ ଆତ୍ମାର ସଦ୍‌ଗତି ପାଇଁ ପ୍ରାର୍ଥନା କରିବା ସହ ଜୀବନ ସହ ସଂଘର୍ଷ କରୁଥିବା ବ୍ୟକ୍ତିଙ୍କ ପାଇଁ ଆମେ ପ୍ରାର୍ଥନା କରୁଛୁ।

Also Read: ଚୀନ୍‌ର ଧମକ ମଧ୍ୟରେ ତାଇଓ୍ଵାନ୍‌କୁ ବଡ଼ ଝଟ୍‌କା, ମିଳିଲା ମିସାଇଲ ଉତ୍ପାଦନକୁ ଲିଡ୍‌ କରୁଥିବା ଅଧିକାରୀଙ୍କ ମୃତଦେହ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.