ସ୍କୁଟି ଧକ୍କା ଦେଇ ୫୦୦ ମିଟର ଘୋଷାଡିଲା ଟ୍ରକ, ତିନି ବର୍ଷର ପିଲା ସହିତ ୨ ମୃତ

ପୁଣି ସ୍କୁଟିକୁ ଘୋଷାଡି ନେଲା ଟ୍ରକ । ଆଉ ଚାଲିଗଲା ୩ ବର୍ଷର ପିଲା ସହିତ ୨ ଜଣଙ୍କର ଜୀବନ । ଟ୍ରକଟି ସ୍କୁଟିକୁ ଧକ୍କା ଦେଇ ୫୦୦ ମିଟର ଘୋଷାଡି ନେଇଥିଲା । ୟୁପି ଶାହଜାହାଁପୁରରେ ହୃଦୟ ବିଦାରକ ଘଟଣା ।

ୟୁପି ଶାହଜାହାଁପୁରରେ ହୃଦୟ ବିଦାରକ ଘଟଣା । ଟ୍ରକ ସ୍କୁଟିକୁ ଧକ୍କା ଦେବା ଫଳରେ ଜଣେ ପିଲା ସମେତ ୨ ଜଣଙ୍କର ମୃତ୍ୟୁ ହୋଇଛି। କେବଳ ଏତିକି ନୁହେଁ, ଟ୍ରକଟି ସ୍କୁଟିକୁ ୫୦୦ ମିଟର ଘୋଷାଡି ମଧ୍ୟ ନେଇଥିଲା ।

ପୋଲିସ କହିବାନୁସାରେ, କଟରା ଓଭରବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଛି । କଟରା ଥାନା ଅଞ୍ଚଳର ଲାଲପୁର ଗାଁର ନିବାସୀ ରାମଦୀନ(୪୦), ଭାଉଜ ସୁରଜା ଦେବୀ (୩୫)ଏବଂ ୩ ବର୍ଷର ଭଣଜା ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ସେମାନେ ଫେରୁଥିବା ବେଳେ ପଛରୁ ଏକ ଟ୍ରକ ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା ।

ସ୍କୁଟିକୁ ଟ୍ରକ ଧକ୍କା ଦେବା ପରେ ୫୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଏମାନଙ୍କୁ ଚିକିତ୍ସା ପାଇଁ ବରେଲି ହସପିଟାଲ ନେଇଥିଲା । ପରେ ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସେମାନଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ବୋଲି ପୋଲିସ କହିଛି ।

Leave A Reply

Your email address will not be published.