ମହାରାଷ୍ଟ୍ରର ମଲାଡ୍‌ରେ ବଡ଼ ଦୁର୍ଘଟଣା, ୨୦ ମହଲା ବିଲ୍ଡିଂର ସ୍ଲାବ୍‌ ଭୁଶୁଡ଼ି ୩ ମୃତ

ମହାରାଷ୍ଟ୍ରର ମଲାଡ୍‌ରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ୩ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ନଗର ନଗମର ଅଧିକାରୀ କହିଛନ୍ତି ଯେ ୨୩ ମହଲା ବିଶିଷ୍ଟ କୋଠାର ୨୦ତମ ମହଲାର ସ୍ଲାବ ହଠାତ୍‌ ଭୁଶୁଡି ପଡ଼ିଥିଲା । ଏହା ସଂସ୍ପର୍ଶରେ ଆସି ୩ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଏଥିରେ ଅନ୍ୟ ୩ ଜଣ ଆହତ ହୋଇଥିଲେ ।

ମିଳିଥିବା ସୂଚନା ଅନୁସାରେ, ମଲାଡ (ପୂର୍ବ)ର ଗୋବିନ୍ଦ ନଗର ଅଞ୍ଚଳରେ ଅପରାହ୍ନ ପ୍ରାୟ ୧୨ଟା ୧୦ ମିନିଟ୍‌ରେ ଏହି ଘଟଣା ଘଟିଥିଲା । ଏ ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ।

ଭଗ୍ନାବଶେଷ ତଳେ ପୋତି ହୋଇଥିବା ଶ୍ରମିକମାନଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଇଥିଲା । ସେଥି ମଧ୍ୟରୁ ଦୁଇ ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଆହତମାନଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି ।

ଏହିପରି ଗତ ଜୁଲାଇ ମାସରେ ମଧ୍ୟ ମୁମ୍ବାଇରେ ଏମିତି ଏକ ଘଟଣା ଘଟିଥିଲା । ନଭି ମୁମ୍ବାଇର ଶାହବାଜ ଗାଁରେ ପ୍ରବଳ ବର୍ଷା ପରେ ଏକ ଗ୍ରାଉଣ୍ଡ ପ୍ଲସ୍ ତିନି ମହଲା କୋଠା ହଠାତ୍ ଭୁଶୁଡି ପଡିଥିଲା । ଏହି ବିଲ୍ଡିଂରେ ୨୪ ପରିବାର ରହୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like