ହରର ହନିମୁନର ହେବ ବଡ଼ ଖୁଲାସା, ୩ କଣ୍ଟ୍ରାକ୍ଟ କିଲରଙ୍କ ଦ୍ବାରା ହୋଇଥିଲା ହତ୍ୟାକାଣ୍ଡ

ନରହନ୍ତା ସ୍ତ୍ରୀ ନେଲା ସ୍ବାମୀର ଜୀବନ । ହନିମୁନ ଯିବା ପରେ ପ୍ରେମିକ ସହ ମିଶି ରଚିଥିଲା ଷଡଯନ୍ତ୍ର । ଏତେ କିଛି କାଣ୍ଡ କରି ଫେରାର୍ ହୋଇଗଲା ସ୍ତ୍ରୀ । ରହସ୍ୟର ଖୋଲୁଛି ଗୁମର ।

ହନିମୁନ ହତ୍ୟାର ଖୋଲିବ ରହସ୍ୟ । ଟ୍ରାନଜିଟ ରିମାଣ୍ଡରେ ଅଭିଯୁକ୍ତ । ୭ ଦିନିଆ ଟ୍ରାନଜିଟ୍ ରିମାଣ୍ଡରେ ଅଭିଯୁକ୍ତଙ୍କୁ ନେଲା ମେଘାଳୟ ପୋଲିସ । ପତିହନ୍ତା ମୁଖ୍ୟ ଅଭିଯୁକ୍ତ ସୋନମ ଓ ବୟଫ୍ରେଣ୍ଡ ରାଜ୍ କୁଶୱାହ ସହ କଣ୍ଟ୍ରାକ୍ଟ କିଲରଙ୍କୁ ଟ୍ରାନଜିଟ୍ ରିମାଣ୍ଡରେ ନେଇଛି ମେଘାଳୟ ପୋଲିସ ।  ଗତକାଲି ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶର ବିଭିନ୍ନ ସ୍ଥାନରୁ ଗିରଫ ହୋଇଥିଲେ ଅଭିଯୁକ୍ତ।

ଏପଟେ ଗତକାଲି ଉତ୍ତର ପ୍ରଦେଶ ଗାଜିପୁରରୁ ଆତ୍ମସମର୍ପଣ ପରେ ଗିରଫ ହୋଇଥିଲା ସୋନମ ରଘୁବଂଶୀ । ପୋଲିସକୁ ଭୁଆଁ ବୁଲାଇବାକୁ ଖେଳିଛି ନୂଆ ଚାଲ୍ । ତାକୁ ନିଶା ଦେଇ ଉତ୍ତର ପ୍ରଦେଶକୁ ଅଣାଯାଇଥିବା ପୋଲିସକୁ କହିଛି । ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବାକୁ ସୋନମ ନିଜେ ହତ୍ୟା ଷଡ଼ଯନ୍ତ୍ରରେ ଶିକାର ହୋଇଥିବା ପୋଲିସକୁ କହିଛି । ଗତକାଲି ରାଜା ରଘୁବଂଶୀ ମର୍ଡର ମିଷ୍ଟ୍ରୀ ଉପରୁ ପରଦା ହଟାଇଥିଲା ମେଘାଳୟ ପୋଲିସ । ବୟ ଫ୍ରେଣ୍ଡ ରାଜ୍ କୁଶୱାହ ସହ ମିଶି ସ୍ବାମୀ ରାଜା ରଘୁବଂଶୀଙ୍କ ମର୍ଡର ପ୍ଳଟ କରିଥିଲା ସୋନମ। ତିନି ଜଣ କଣ୍ଟ୍ରାକ୍ଟ କିଲରଙ୍କ ଦ୍ବାରା ହତ୍ୟା କରାଇଥିଲା । ମେ ୨୩ରେ ଦମ୍ପତି ନିଖୋଜ ଥିବା ନାଟକ ରଚାଯାଇଥିଲା । କିନ୍ତୁ ଜୁନ ୨ରେ ରାଜା ରଘୁବଂଶୀଙ୍କ ମୃତଦେହ ମିଳିବା ପରେ ମାମଲାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଧରିଥିଲା ମେଘାଳୟ ପୋଲିସ । ଟ୍ରାନଜିଟ୍ ରିମାଣ୍ଡରେ ନେଇ ଅଭିଯୁକ୍ତଙ୍କ ଠାରୁ ଅଧିତ ତଥ୍ୟ ଉଗାରିବ ମେଘାଳୟ ପୋଲିସ । ୭ ଦିନିଆ ଟ୍ରନଜିଟ ରିମାଣ୍ଡରେ ଅଭିଯୁକ୍ତମାନଙ୍କୁ ନେଉଛି । ସୋନମ ରଘୁବଂଶୀ ପାଟଣା ଫୁଲୱାରୀ ସରିଫ ପୋଲିସ ଷ୍ଟେସନରେ ରଖାଯାଇଥିଲା । ସେଠାରୁ ତାକୁ ଶିଲଂ ନିଆଯାଉଛି ।

Also Read : ରାଜା ରଘୁବଂଶୀଙ୍କୁ ନିଜ ହାତରେ ମାରିଛନ୍ତି କି ପତ୍ନୀ ସୋନମ, ହତ୍ୟା ପଛରେ କି ଷଡଯନ୍ତ୍ର?