ଅର୍ଥନୀତି ବିଜ୍ଞାନରେ ନୋବେଲ:୨୦୨୧ ମସିହା ପାଇଁ ତିନିଜଣ ଅର୍ଥନୀତିଜ୍ଞଙ୍କୁ ମିଳିବ ପୁରସ୍କାର

କେନ୍ୟୁଜ୍(ବ୍ୟୁରୋ):  ଅର୍ଥନୀତି ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷିତ। ୨୦୨୧ ମସିହା ପାଇଁ ତିନିଜଣ ଅର୍ଥନୀତିଜ୍ଞଙ୍କୁ ମିଳିବ ପୁରସ୍କାର। ଅର୍ଥନୀତିଜ୍ଞ ଡେଭିଡ କାର୍ଡ, ଜୋସୁଆ ଡି. ଆଙ୍ଗରିଷ୍ଟ ଓ ଗୁଇଡୋ ଡବ୍‌ଲ୍ୟୁ ଇମ୍ବେନ୍‌ସଙ୍କୁ ମିଳିବ ୨୦୨୧ ପାଇଁ ଅର୍ଥନୀତିରେ ନୋବେଲ ପୁରସ୍କାର। ପୁରସ୍କାର ରାଶିର ଅର୍ଦ୍ଧେକ ପରିମାଣ ଡେଭିଡ କାର୍ଡଙ୍କୁ ଓ ବାକି ଅର୍ଥ ରାଶିକୁ ଜୋସୁଆ ଡି. ଆଙ୍ଗରିଷ୍ଟ ଓ ଗୁଇଡୋ

ଡବ୍‌ଲ୍ୟୁ ଇମ୍ବେନ୍‌ସଙ୍କୁ ପ୍ରଦାନ କରାଯିବ। ଲେବର ଇକୋନୋମିକ୍ସରେ ଉଲ୍ଲେଖନୀୟ ଅବଦାନ ପାଇଁ ଡେଭିଡ କାର୍ଡ ଓ ଆନାଲିସିସ ଅଫ କାଜୁଆଳ ରିଲେସନସିପ୍‌ରେ ଅବଦାନ ପାଇଁ ଜୋସୁଆ ଡି. ଆଙ୍ଗରିଷ୍ଟ ଓ ଗୁଇଡୋ ଡବ୍‌ଲ୍ୟୁ ଇମ୍ବେନ୍‌ସଙ୍କୁ ଅର୍ଥନୀତି ବିଜ୍ଞାନରେ ନୋବେଲ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.