ଅର୍ଥନୀତି ପାଇଁ ଘୋଷଣା ହେଲା ନୋବେଲ୍, ଅଭିଜିତ ବାନାର୍ଜୀ, ଏସ୍ତର ଡୁଫଲୋ ଓ ମାଇକେଲ୍ କ୍ରେମରଙ୍କୁ ମିଳିବ ନୋବେଲ

କେନ୍ୟୁଜ୍ (ବ୍ୟୁରୋ):ଅର୍ଥନୀତି ପାଇଁ ଘୋଷଣା ହେଲା ନୋବେଲ୍। ବର୍ଷ ୨୦୧୯ ପାଇଁ ତିନି ଜଣଙ୍କୁ ପୁରସ୍କାର ମିଳିବ। ସେମାନେ ହେଲେ ଅଭିଜିତ ବାନାର୍ଜୀ, ଏସ୍ତର ଡୁଫଲୋ ଓ ମାଇକେଲ୍ କ୍ରେମର। ଏନେଇ ଆଜି ଘୋଷଣା ହୋଇଛି। ବିଶ୍ୱସ୍ତରରେ ଦାରିଦ୍ର୍ୟ ଦୂରୀକରଣ ପ୍ରୟୋଗାତ୍ମକ ପ୍ରୟାସ ପାଇଁ ସେମାନଙ୍କୁ ନୋବେଲ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ। ବର୍ତ୍ତମାନ ଆମେରିକାର ମାସାଚ୍ୟୁଟ୍ସ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି ବା MITରେ ଅର୍ଥନୀତି ପ୍ରଫେସର ଅଛନ୍ତି। କୋଲକାତାରେ ତାଙ୍କର ଜନ୍ମ। ତାଙ୍କ ପତ୍ନୀ ହେଉଛନ୍ତି ଏସ୍ତର ଡୁଫଲୋ। ସେ ମଧ୍ୟ MIT ରେ କାର୍ଯ୍ୟରତ ଅଛନ୍ତି। ଅଭିଜିତ ଦିଲ୍ଲୀ JNUରେ ପାଠ ପଢ଼ିବା ପରେ ହାଓ୍ଵାର୍ଡ ୟୁନିଭରସିଟିରୁ ଅର୍ଥନୀତିରେ ପିଏଚଡି ହାସଲ କରିଥିଲେ। POOR ECONOMICS ନାମରେ ଅଭିଜିତଙ୍କ ପ୍ରଥମ ପୁସ୍ତକ ସାରା ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଥିଲା। ତାଙ୍କ ପତ୍ନୀ ଏସ୍ତର ଡୁଫଲୋ ଫ୍ରେଞ୍ଚ-ଆମେରିକାନ୍ ନାଗରିକ। ୨୦୧୫ରେ ଏସ୍ଥରଙ୍କୁ ବିବାହ କରିଥିଲେ ଅଭିଜିତ ବାନାର୍ଜୀ।