ପୁଞ୍ଚର ବଦଲା ସୋପିଆନରେ ନେଲା ଭାରତୀୟ ସେନା: ଏନକାଉଣ୍ଟରରେ ୩ ଆତଙ୍କୀ ସଫା

ସୋପିଆନ : ପୁଞ୍ଚର ବଦଲା ସୋପିଆନରେ ନେଲା ଭାରତୀୟ ସେନା । ଜମ୍ମୁ କାଶ୍ମୀର ସୋପିଆନ ଏନକାଉଣ୍ଟରରେ ୩ ଆତଙ୍କୀ ସଫା। ଗତକାଲି ପୁଞ୍ଚ ହମଲାରେ ୫ ଜଣ ଯବାନ ସହିଦ ହୋଇଥିଲେ । ଜମ୍ମୁ-କଶ୍ମୀର ପୁଞ୍ଚ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଜେସିଓଙ୍କ ସମେତ ୫ ଯବାନ ସହିଦ ହୋଇଥିଲେ । ଆତ୍ମଗୋପନ କରିଥିବା ଆତଙ୍କବାଦୀମାନେ ହଠାତ୍‌ ତଲାସକାରୀ ଯବାନମାନଙ୍କ ଉପରକୁ ଭୀଷଣ ଗୁଳିଗୋଳା ଚଳାଇବାରୁ ପ୍ରଥମେ ‘ଜେସିଓ’ ଏବଂ ଅନ୍ୟ ୪ଜଣ ଯବାନ ଆହତ ହୋଇଥିଲେ। ପରେ ସେମାନଙ୍କର ମୃତ୍ୟୁ ଘଟିଥିଲା।

ତେବେ ଆଜି ସକାଳୁ  ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ବନ୍ଧରେ ଗୁଇନ୍ଦା ସୂଚନା ପାଇ ସୁରନକୋଟ୍‌ ଅନ୍ତର୍ଗତ ‘ଡିକେଜି’ ନିକଟ ଗାଁରେ ଅଭିଯାନ ଆରମ୍ଭ ହୋଇଥିଲା। ୩/୪ଜଣ ଆତଙ୍କବାଦୀ ଆତ୍ମଗୋପନ କରିଥିବା ମନେକରି ସେନା ସମ୍ପୃକ୍ତ ଅଞ୍ଚଳକୁ ଘେରାଉ କରିଥିଲା। ନିହତ ସମସ୍ତ ଆତଙ୍କବାଦୀମାନେ ଲସ୍କର-ଏ-ତୋଏବା ଦ୍ୱାରା ପରିଚାଳିତ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ(ଟିଆରଏଫ)ର ସଦସ୍ୟ ବୋଲି ଜଣାପଡିଛି।

ତେବେ ଘଟଣାସ୍ଥଳରୁ ବିପୁଳ ପରିମାଣର ଗୋଳାବାରୁଦ ଓ ଅସ୍ତ୍ରଶସ୍ତ୍ର ଜବତ କରିଛି ପୋଲିସ। ୩ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଗନ୍ଦେରବାଲର ମୁକ୍ତାର ଶାହା ବୋଲି ଜଣାପଡିଛି। ବିହାରରେ ଜଣେ ଉଠା ଦୋକାନୀଙ୍କୁ ହତ୍ୟା କରିବା ପରେ ସୋପିୟାନ ଚାଲିଆସିଥିଲା ମୁକ୍ତାର। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ଏହାବାଦ ପୁଞ୍ଚ ସେକ୍ଟରକୁ ଲାଗିଥିବା ରଜୌରୀର ଦେହରା କି ଗଲି ଅଞ୍ଚଳରେ ମଧ୍ୟ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି।

ଏବେ ବି ସେଠାରେ ଗୁଳି ବିନିମୟ ଓ ସର୍ଚ୍ଚ ଅପରେସନ ଜାରି ରହିଛି । ସୋପିଆନର ଇମାମଶାହବ ଅଞ୍ଚଳର ତୁଲରାନ ଗାଁରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା। ଏହାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମିଳିତ ଅପରେସନ ଆରମ୍ଭ କରାଯାଇଥିଲା। ସୁରକ୍ଷାକର୍ମୀମାନେ ତୁଲରାନ ଗାଁକୁ ଘେରାଉ କରିବା ମାତ୍ରେ ଆରମ୍ଭ ହୋଇଥିଲା ଗୁଳି ବିନିମୟ। ସେମାନଙ୍କର ଆଉ କିଛି ସହଯୋଗୀ ଆଖପାଖ ଅଞ୍ଚଳରେ ଲୁଚି ରହିଥିବା ସନ୍ଦେହ କରାଯାଉଛି। ତେଣୁ ସର୍ଚ୍ଚ ଅପରେସନ ଏବେ ବି ଜାରି ରହିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.