ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ପୁଲଓ୍ଵାମାର ତ୍ରାଲ ଅଞ୍ଚଳରେ ୩ ଆତଙ୍କବାଦୀ ନିହତ
ଜମ୍ମୁ କଶ୍ମୀର: ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ପୁଲଓ୍ଵାମାର ତ୍ରାଲ ଅଞ୍ଚଳରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ତିନି ଆତଙ୍କବାଦୀଙ୍କ ପରିଚୟ ମିଳିଛି । ଏମାନେ ହେଲେ ଜଞ୍ଜିର ରଫିକ୍ ଓ୍ଵାନି, ରାଜା ଉମର ମକବୁଲ ଭଟ୍ଟ ଓ ଉଜୈର ଆମିନ ଭଟ୍ଟ । ଏମାନେ ସମସ୍ତେ ଆତଙ୍କବାଦୀ ସଂଗଠନ ଅନ୍ସାର ଘଜଓ୍ଵା ଉଲ୍ ହିନ୍ଦର ସଦସ୍ୟ ବୋଲି ଜଣାପଡ଼ିଛି । ବିଳମ୍ବିତ ରାତିରେ ସୂଚନା ମିଳିବା ପରେ ଆରମ୍ଭ ହୋଇଥିଲା ଅପରେସନ୍ । ଆର୍ମି, ସିଆରପିଏଫ୍ ଓ ଜମ୍ମ କଶ୍ମୀର ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ୍ କରାଯାଇଥିଲା । ମୃତ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣର ମାରଣାସ୍ତ୍ର ଜବତ ହୋଇଛି । ଏହି ଘଟଣା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।