ସ୍କୁଲରେ ମୋ ସହିତ ଜଣେ ଅଙ୍କଲ୍‌ ଆସି ଖରାପ କାମ କଲେ, ଏବେ ମୋତେ ବହୁତ କଷ୍ଟ ଲାଗୁଛି

ରାଜଧାନୀ ଦିଲ୍ଲୀରେ ପୁଣି ଏକ ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି। ଗ୍ରେଟର ନୋଏଡାରେ ଜଣେ ୩ ବର୍ଷର ଝିଅ ସହିତ ଡିଜିଟାଲ ରେପ୍‌ ହୋଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ପୋଲିସ ମାମଲା ଦାଏର କରିଛି। ପୀଡିତା ପିଲା ନିଜ ବାପାଙ୍କ ସହିତ ଥାନାକୁ ଆସି ପକୋସୋ ଆଇନ ଅନୁଯାୟୀ କେସ୍‌ ଦାଏର କରାଯାଇଛି। କିନ୍ତୁ ପିଲାଟି ଅଭିଯୁକ୍ତର ନାମ କହିପାରିନାହିଁ। ପୀଡିତା କେବଳ କହିଛନ୍ତି, ସ୍କୁଲର ଜଣେ ଅଙ୍କଲ ତାଙ୍କ ସହିତ ଭୁଲ୍‌ କାମ କରିଛନ୍ତି।

ସୂଚନାଯୋଗ୍ୟ, ଗ୍ରେଟର ନୋଏଡାରେ ରହୁଥିବା ଆୟକର ବିଭାଗର ଅଧିକାରଙ୍କ ୩ ବର୍ଷର ଝିଅକୁ ମୋର୍ଯ୍ୟ ଫାଉଣ୍ଟେସନ ନାମକ ପ୍ଲେ ସ୍କୁଲରେ ପଢନ୍ତି। ପୀଡିତା ଛୋଟ ଝିଅ ଅଭିଯୋଗରେ କହିଛନ୍ତି, ସ୍କୁଲରେ ଜଣେ ବ୍ୟକ୍ତି ତାଙ୍କୁ ଡିଜିଟାଲ ରେପ୍‌ କରିଛନ୍ତି। ଘଟଣାଟି ସ୍କୁଲରେ ଲାଗିଥିବା ସିସି ଟିଭିରେ କଏଦ ହୋଇଛି।

ପୀଡିତାଙ୍କ ବାପା କହିଛନ୍ତି,ପ୍ଲେ ସ୍କୁଲକୁ ତାଙ୍କ ଝିଅ ପଢିବାକୁ ଯାଆନ୍ତି। ଯେଉଁଠାରେ କୌଣସି ବ୍ୟକ୍ତି ଝିଅ ସହିତ ଖରାପ ବ୍ୟବହାର କରିଥିଲେ। ପିଲାଟି ଆସି ଘରକୁ ଆସିବା ପରେ ତାଙ୍କ ପ୍ରାଇଭେଟ ପାର୍ଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ପିଲାର କଥା ଶୁଣିବା ପରେ ମାବାପା ଥାରେ ଏତଲା ଦେଇଥିଲେ। ପୀଡିତା ପିଲାର ଅଭିଭାବକ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ଦୁଇଟି ଟିମ୍‌ ଗଠନ କରିଛି। ପୋଲିସ ଅଧିକାରୀ ମାମଲାର ଯାଞ୍ଚ କରୁଛନ୍ତି। ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ। ପୋଲିସ ସିସିଟିଭି ଆଧାରରେ ଯାଞ୍ଚ ଆରମ୍ଭ କରିଛି।

minor girl raped

ଡିଜିଟାଲ ଦୁଷ୍କର୍ମ କ’ଣ ?

ଡିଜିଟାଲ ଦୁଷ୍କର୍ମ ମାନେ ଇଣ୍ଟରନେଟ କିମ୍ବା ସୋସିଆଲ ମିଡିଆ ଜରିଆରେ ନୁହେଁ ବରଂ ଅଭିଯୁକ୍ତ ଆଙ୍ଗୁଠି, ପାଦ ଆଙ୍ଗୁଠିର ବ୍ୟବହାର କରି ପୀଡିତାର ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରିବାକୁ ଡିଜିଟାଲ ରେପ୍‌ କୁହାଯାଏ। ବିଦେଶ ଭଳି ଭାରତରେ ମଧ୍ୟ ଏହି ଅପରାଧ ପାଇଁ ଆଇନ ତିଆରି ହୋଇଛି।

Leave A Reply

Your email address will not be published.