ପୂର୍ବ ଇରାନ୍ରେ ଏକ କୋଇଲା ଖଣିରେ ମିଥେନ୍ ଗ୍ୟାସ ଲିକ୍ ହେତୁ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ପ୍ରାୟ ୫୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି । ଇରାନର ସରକାରୀ ନ୍ୟୁଜ୍ ଏଜେନ୍ସି ‘ଆଇଆରଏନ୍ଏ’ର ରିପୋର୍ଟ ମୁତାବକ, ରାଜଧାନୀ ତେହେରାନଠାରୁ ପାଖାପାଖି ୩୩୫ କିଲୋମିଟର ଦୂର ଦକ୍ଷିଣ-ପୂର୍ବରେ ତବାସ୍ଠାରେ ଥିବା ଏକ କୋଇଲା ଖଣିରେ ଏହି ଦୁର୍ଘଟଣା ଘଟିଛି ।
ଘଟଣାସ୍ଥଳରେ ଜରୁରୀକାଳୀନ ଅଧିକାରୀମାନେ ପହଞ୍ଚିଛନ୍ତି । ଦୁର୍ଘଟଣା ସମୟରେ ଖଣିରେ ପ୍ରାୟ ୭୦ ଜଣ ଲୋକ କାମ କରୁଥିଲେ । ଏହି ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି ।
ପୂର୍ବରୁ ମଧ୍ୟ ଇରାନର କୋଇଲା ଖଣିରେ ଏଭଳି ଦୁର୍ଘଟଣା ଘଟିଛି । ୨୦୧୩ରେ ଦୁଇଟି ଭିନ୍ନ ଭିନ୍ନ ଖଣିରେ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ୧୧ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା ।
ଏହାପୂର୍ବରୁ ୨୦୦୯ ମସିହାରେ ମଧ୍ୟ ସମାନ ଏକ ଦୁର୍ଘଟଣାରେ ପାଖାପାଖି ୨୦ ଜଣ ଲୋକ ପ୍ରାଣ ହରାଇଥିଲେ । ୨୦୧୭ରେ ଏକ କୋଇଲା ଖଣିରେ ବିସ୍ଫୋରଣ ଘଟି ୪୨ ଜଣଙ୍କ ଜୀବନ ଚାଲିଯାଇଥିଲା ।
At Least 31 #Dead After Blast Rips Through Coal Mine In #Iran. https://t.co/6lXIYvULnc
— Carles Dijous (AAlb) (@carlesdijous) September 22, 2024