ଇମ୍ରାନ ଖାନଙ୍କ ଘରେ ଲୁଚିଛନ୍ତି ୩୦ରୁ ୪୦ ଆତଙ୍କବାଦୀ! ଇନ୍‌ପୁଟ ମିଳିବା ପରେ ମିଲିଟାରୀ ଅପରେସନ ପାଇଁ ପ୍ରସ୍ତୁତି

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତହରିକ୍‌-ଏ-ଇନ୍‌ସାଫ (ପିଟିଆଇ)ର ମୁଖ୍ୟ ଇମ୍ରାନ ଖାନଙ୍କ ସମସ୍ୟା ଥମିବାର ନାଁ ନେଉନାହିଁ। ଏବେ ଇମ୍ରାନଙ୍କ ଘରକୁ ପୋଲିସ ଟିମ୍‌ ଘେରି ନେଇଛି।

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତହରିକ୍‌-ଏ-ଇନ୍‌ସାଫ (ପିଟିଆଇ)ର ମୁଖ୍ୟ ଇମ୍ରାନ ଖାନଙ୍କ ସମସ୍ୟା ଥମିବାର ନାଁ ନେଉନାହିଁ। ଏବେ ଇମ୍ରାନଙ୍କ ଘରକୁ ପୋଲିସ ଟିମ୍‌ ଘେରି ନେଇଛି। ପାକିସ୍ତାନର ପଞ୍ଜାବ ସରକାରଙ୍କ କହିବା ହେଲା, ଇମ୍ରାନଙ୍କ ଜମାନ୍‌ ପାର୍କସ୍ଥିତ ଘରେ ୩୦ରୁ ୪୦ ଜଣ ଆତଙ୍କବାଦୀ ଲୁଚି ରହିଛନ୍ତି। ଏ ନେଇ ଇନ୍‌ପୁଟ ମିଳିବା ପରେ ମିଲିଟାରୀ ଅପରେସନ ଆରମ୍ଭ କରି ଦିଆଯାଇଛି।

ପଞ୍ଜାବ ସରକାର ଇମ୍ରାନଙ୍କ ଘରେ ଶରଣ ନେଇଥିବା ଆତଙ୍କବାଦୀମାନଙ୍କୁ ପୋଲିସକୁ ହସ୍ତାନ୍ତର କରିବା ପାଇଁ ପିଟିଆଇକୁ ୨୪ ଘଣ୍ଟା ସମୟ ଦେଇଛନ୍ତି। ପଞ୍ଜାବ ସରକାରଙ୍କ କାର୍ଯ୍ୟବାହକ ସୂଚନା ମନ୍ତ୍ରୀ ଆମିର ମୀର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ମୀର କହିଛନ୍ତି ଯେ ପିଟିଆଇ ଯଦି ଆତଙ୍କବାଦୀମାନଙ୍କୁ ହସ୍ତାନ୍ତର କରିବ ନାହିଁ, ତେବେ ପୋଲିସ ଏହା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ମିଡିଆ ରିପୋର୍ଟ ମୁତାବକ, ପେଶାଓ୍ଵର କପ୍ସ କମାଣ୍ଡରଙ୍କ ଘରେ ଆକ୍ରମଣ ଘଟଣାର ଅଭିଯୁକ୍ତମାନେ ଇମ୍ରାନଙ୍କ ଘରେ ଲୁଚିଥିବା ନେଇ ବୁଧବାର ଦ୍ୱିପ୍ରହରରେ ପାକିସ୍ତାନୀ ପୋଲିସ ଏବଂ ଗୁଇନ୍ଦା ଏଜେନ୍ସିକୁ ଇନ୍‌ପୁଟ ମିଳିଥିଲା, ଯାହାପରେ ଇମ୍ରାନଙ୍କ ଘରକୁ ଚାରିପଟୁ ଘେରାଉ କରାଯାଇଛି।

ପୋଲିସ ଆତଙ୍କବାଦୀମାନଙ୍କୁ ଘରୁ ବାହାରିବାକୁ ଅଲ୍ଟିମେଟମ୍‌ ଦେଇଛି। କୁହାଯାଉଛି ଯେ ଏମିତି ନ ହେଲେ ପୋଲିସ ଫୋର୍ସ ଇମ୍ରାନଙ୍କ ଘରେ ପଶି ଆତଙ୍କବାଦୀମାନଙ୍କୁ ନିପାତ କରିବ। ଏଥିରେ ଇମ୍ରାନଙ୍କ ବିରୋଧରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.