ଜେଲ ପାଲଟିଲା କୁରୁକ୍ଷେତ୍ର, ସୁରକ୍ଷାକର୍ମୀ ଏବଂ କଏଦୀଙ୍କ ଲଢ଼େଇରେ ଗଲା ୩୨ ଜୀବନ : କେଉଁଠି ଜାଣନ୍ତୁ

ତାଜିକିସ୍ତାନ : ତାଜିକିସ୍ତାନ ଜେଲରେ ସୁରକ୍ଷାକର୍ମୀ ଏବଂ କଏଦୀଙ୍କ ମଧ୍ୟରେ ମାରପିଟ ହୋଇଛି । ଫଳରେ ଘଟଣାସ୍ଥଳରେ ୩୨ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହି ଘଟଣାର ସୂଚନା ସମାଚାର ଏଜେନ୍ସି ଏଏଫପି ଦେଇଛି। ମୃତକଙ୍କ ମଧ୍ୟରେ ୩ଜଣ ସୁରକ୍ଷାକର୍ମୀ ଏବଂ ୨୯ ଜଣ କଏଦୀ ଥିବା ଜଣାପଡିଛି। ଏହି ଦଙ୍ଗାର ଆରମ୍ଭ ଆତଙ୍କୀ ସଂଗଠନର ଇସଲାମିକ୍ ଷ୍ଟେଟର କଏଦୀ ମାନେ କରିଥିବା ଜଣାପଡିଛି। ଘଟଣା ପରେ ଏବେ ଜେଲର ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି।

ସୂଚନା ଅନୁଯାୟୀ, ଏହି ଘଟଣା ରବିବାର ରାତିରେ ଘଟିଥିଲା। ଜେଲଟି ରାଜଧାନୀ ଦୁଶାଂବେରୁ ୧୦ କିମି ଦୂରରେ ଅବସ୍ଥିତ। ସେଠାରେ କଏଦୀ ଭାବେ ରହିଥିବା ଆତଙ୍କବାଦୀଙ୍କ ପାଖରେ ଛୁରୀ ରହିଥିଲା। ଯେଉଁଥିରେ ସେମାନେ ୩ଜଣ ସୁରକ୍ଷାକର୍ମୀ ଏବଂ ୫ଜଣ କଏଦୀଙ୍କୁ ହତ୍ୟା କରିଥିଲେ।

tajikistan

ମିଡିଆ ରିପୋର୍ଟ ମୁତାବକ, ଜେଲରେ ମୋଟ ୧୫୦୦ କଏଦୀ ରହିଥିବା ବେଳେ ୨୪ ଜଣ କଏଦୀଙ୍କର ହତ୍ୟା ହୋଇଥିଲା। ଇସଲାମିକ୍ ଷ୍ଟେଟ ଏକ ସମୟରେ ସିରିଆ ଏବଂ ଇରାକର ନିୟନ୍ତ୍ରଣରେ ରହିଥିଲା। ଏହି ସଂଗଠନର ଗତବର୍ଷ ନଭେମ୍ବରରେ ତାଜିକ୍ ଜେଲରେ ମଧ୍ୟ ଦଙ୍ଗା କରାଇଥିବା ସ୍ବୀକାର କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.