ଯୁବକ ୮୧ ବର୍ଷର ବୃଦ୍ଧ ହୋଇ ଆମେରିକା ଯିବା ପାଇଁ ପହଁଚିଲେ ଏୟାପୋର୍ଟରେ, ତାପରେ ଘଟିଲା କିଛି ଏପରି ଯେ ସିଧା ପହଁଚିଲେ ମାମୁଁଘରେ

ଦେଶର ରାଜଧାନୀ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଜଣେ ୩୨ ବର୍ଷିୟ ଯୁବକ ଗିରଫ ହେବା ଖବର ସାମ୍ନାକୁ ଆସିଛି। ଆପଣ ଭାବୁଥିବେ ଏଥିରେ କେଉଁ ନୂଆ କଥା ଅଛି ଯେ ପ୍ରାୟ ସମୟରେ ତ କେହି ନା କେହି ଗିରଫ ହେଉଛନ୍ତି। କିନ୍ତୁ ଆମେ ଏଠି ଆପଣଙ୍କୁ ଯାହାଙ୍କ ବିଷୟରେ କହିବାକୁ ଯାଉଛୁ ତାଙ୍କ ଘଟଣା ଅନ୍ୟ ମାମଲା ଠାରୁ ସାମାନ୍ୟ ଅଲଗା। ଯୁବକ ଜଣଙ୍କ ଏଥିପାଇଁ ଗିରଫ ହେଲେ କାରଣ ସେ ଜଣେ ୮୧ ବର୍ଷ ବୃଦ୍ଧଙ୍କପାସପୋର୍ଟ ନେଇ ଆମେରିକା ଯାଉଥିଲେ।

କେବଳ ଏତିକି ନୁହେଁ ଯୁବକ ଜଣଙ୍କ ୮୧ ବର୍ଷ ଭଳି ଦେଖାଯିବା ପାଇଁ ସେହି ବୃଦ୍ଧଙ୍କ ଭଳି ଚେହେରା କରିଛନ୍ତି। ଯୁବକ କେବଳ ତାଙ୍କ ଭଳି କେଶ ଏବଂ ଦାଢ଼ି ଧଳା କରିନାହାନ୍ତି ବରଂ ତାଙ୍କ ଭଳି କପଡା ଏବଂ ଚଷମା ମଧ୍ୟ ପିନ୍ଧିଛନ୍ତି। କିନ୍ତୁ ଏତେ ସବୁ କରିବା ପରେ କେମିତି ଏହି ଯୁବକଙ୍କା ରାଜ୍‌ ଖୋଲିଲା ଜାଣନ୍ତୁ।

fake menଯୁବକ ନିଜର ଚେହେରାକୁ ବୃଦ୍ଧଙ୍କ ଭଳି କରି କାହାରିକୁ ସନ୍ଦେହ ନ ହେବା ପାଇଁ ହ୍ଵିଲ ଚେୟାରରେ ମଧ୍ୟ ବସି ଏୟାରପୋର୍ଟରେ ପହଁଚିଥିଲେ। କିନ୍ତୁ କୁହାଯାଏ ଯେ ଅପରାଧୀ ଯେତେ ବି ଚାଲାକ୍‌ ହେଉଥାଉ ନା କାହିଁକି କିଛି ନା କିଛି ଭୁଲ କରିଥାଏ।

ଏହାସହ ପଢନ୍ତୁ : ଯେତେବେଳେ ୨୦ ଥର ମହିଳା ହେଲେ ଗର୍ଭବତୀ, ଡାକ୍ତର ବି ହୋଇଗଲେ ଆଶ୍ଚର୍ଯ୍ୟ

ଯୁବକ ଜଣଙ୍କ ବୃଦ୍ଧଙ୍କ ଭଳି ଦେଖାଯିବା ପାଇଁ ସବୁ କିଛି ତ କଲେ କିନ୍ତୁ ତ୍ୱଚାକୁ ନକଲି କରିପାରିଲେ ନାହିଁ। ସେ ଯୁବା ତ୍ୱଚା ପାଇଁ ଧରାପଡିଗଲେ। ତାଙ୍କର ଯୁବା ତ୍ୱଚା ତାଙ୍କ ବୟସର ପ୍ରମାଣ ଦେଉଥିଲା। ଏଥିପାଇଁ ସୁରକ୍ଷାକର୍ମୀଙ୍କୁ ତାଙ୍କ ଉପରେ ସନ୍ଦେହ ହୋଇଥିଲା।

ଯେତେବେଳେ ଅଧିକାରୀ ମାନେ ତାଙ୍କ ପାସପୋର୍ଟ ଦେଖିଲେ ସବୁ ଠିକ ଥିଲା କିନ୍ତୁ ଯେତେବେଳେ ତାଙ୍କୁ କଠୋର ଭାବରେ ପ୍ରଶ୍ନ କରାଗଲା ତେବେ ସେ ସବୁ ସତ କଥା ମାନିଲେ। ଯୁବକ ଜଣଙ୍କ କହିଲେ ତାଙ୍କ ବୟସ ୩୨ ବର୍ଷ ଏବଂ ସେ ଅହମଦାବାଦର ବାସିନ୍ଦା।