୧୬ ବର୍ଷର ଯୁବକଙ୍କ ସହ ଫେରାର ହେଲେ ୩୨ ବର୍ଷର ମହିଳା, ପୂର୍ବରୁ କରିଛନ୍ତି ୩ ବିବାହ, ନାବାଳକକୁ ଖୋଜୁଛନ୍ତି ବାପା-ମା’

ନୂଆଦିଲ୍ଲୀ :  ବିବାହ ଏକ ପବିତ୍ର ବନ୍ଧନ । ହିନ୍ଦୁ ଧର୍ମରେ ବିବାହକୁ ନେଇ କିଛି ନିୟମ ରହିଛି । ହିନ୍ଦୁ ବିବାହ ଆଇନରେ ମଧ୍ୟ ବିବାହ ପାଇଁ ବୟସ କ’ଣ ହେବା ଦରକାର ତାହା କୁହାଯାଇଛି । ହେଲେ ପ୍ରେମିକ –ପ୍ରେମିକା ଏ ଏସବୁ ମାନୁ ନାହାଁନ୍ତି । କୌଣସି ବୟସରେ ବି ବିବାହ କରୁଛନ୍ତି । ଏମିତି ଏକ ମଜେଦାର ଖବର ମିଳିଛି ମଧ୍ୟପ୍ରଦେଶରୁ । ଏଠାରେ ଜଣେ ୩୨ ବର୍ଷ ବୟସର ମହିଳା ଜଣେ ୧୬ ବର୍ଷର ଯୁବକଙ୍କୁ ନେଇ ଫେରାର ହୋଇଯାଇଛନ୍ତି । ଯୁବକ ଜଣକ ନାବାଳାକ ହୋଇଥିବାରୁ ପରିବାର ଲୋକେ ଯୁବକଙ୍କୁ ଖୋଜିବା ପାଇଁ ଥାନାରେ ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ ମଧ୍ୟପ୍ରଦେଶର ଖୁଟାରରେ ରହୁଥିବା କମଳେଶ ଶାହଙ୍କ ୧୬ ବର୍ଷର ପୁଅଙ୍କ ସହ ଜଣେ ୩୨ ବର୍ଷ ବୟସ୍କା ମହିଳାଙ୍କର ବିବାହ ସରପଞ୍ଚଙ୍କ ଆଦେଶ ଅନୁଯାୟୀ କରିଦିଆଯାଇଥିଲା । ସେତେବେଳେ ସେ ଘରେ ନଥିବା କମଳେଶ ଅଭିଯୋଗ କରିଛନ୍ତି । ହେଲେ ବିବାହ ପରେ ମହିଳା ଜଣକ ତାଙ୍କ ପୁଅକୁ ଧରି କେଉଁଆଡେ ଚାଲିଯାଇଛନ୍ତି ।

ଏହି ଘଟଣା ପରେ ଯୁବକଙ୍କ ପିତା ପୋଲିସ ପ୍ରଶାସନ ଠାରୁ ଆରମ୍ଭ କରି ବାଳ କଲ୍ୟାଣ ସମିତି ଯାଏ ଅଭିଯୋଗ କରିଥିଲେ ମଧ୍ୟ ସେ ତାଙ୍କ ପୁଅ ସମ୍ପର୍କରେ କିଛି ଖବର ପାଇ ନାହାଁନ୍ତି । ପୋଲିସର ଏକ ଟିମ ଗଠନ ହୋଇ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି ।

ତେବେ ବିବାହ କରିଥିବା ମହିଳା ଜଣକ ଉକ୍ତ ଗାଁର ହୋଇଥିବା ବେଳେ ତାଙ୍କର ବୟସ ୩୨ ବର୍ଷ ବୋଲି ଜଣାଯାଇଛି । ମହିଳା ଜଣକ ପୂର୍ବରୁ ବିବାହ କରିଥିଲେ । ପତିଙ୍କ ସହ ଗୋଟିଏ ବର୍ଷ ରହିବା ପରେ ସେ ତାଙ୍କ ଠାରୁ ତଲାକ ନେଇ ନିଜ ଗାଁ ଖୁଟରରେ ରହୁଥିଲେ । ପରେ ଦ୍ୱିତୀୟ ବିବାହ ଉତ୍ତର ପ୍ରଦେଶରେ କରିଥିଲେ ।

ହେଲେ ପତିଙ୍କ ସହ ନ ପଡ଼ିବାରୁ ସେଠାରୁ ମଧ୍ୟ ପଳାଇ ଆସିଥିଲେ । ହେଲେ ପଡୋଶୀ ଘରର ଏହି ଯୁବକଙ୍କୁ ବିବାହ କରିବାକୁ ଜିଦ ଧରି ମହିଳା ସରପଞ୍ଚଙ୍କ ସହାୟତାରେ ଉକ୍ତ ମହିଳା ତାଙ୍କ ପୁଅକୁ ବିବାହ କରିଥିବା ଯୁବକଙ୍କ ପିତା ଅଭିଯୋଗ କରିଛନ୍ତି । ଏବେ ମହିଳା ଜଣକ ତାଙ୍କ ନାବାଳକ ପୁଅକୁ କୁଆଡେ ନେଇ ଚାଲିଯାଇଛନ୍ତି ବୋଲି ଯୁବକଙ୍କ ପିତା ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.