ବିମାନ ସହ ଧକ୍କାରେ ୩୬ ଫ୍ଲାମିଙ୍ଗୋ ପକ୍ଷୀ ମୃତ, ମୁମ୍ବାଇର ବିଭିନ୍ନ ସ୍ଥାନରୁ ଠାବ କଲେ ଲୋକେ

ମୁମ୍ବାଇରେ ଘାଟକୋପର ଅଞ୍ଚଳର ବିଭିନ୍ନ ସ୍ଥାନରୁ ୩୬ ଫ୍ଲାମିଙ୍ଗୋ ପକ୍ଷୀ ମୃତ ଅବସ୍ଥାରେ ମିଳିଛନ୍ତି । ଏକ ବନ୍ୟଜନ୍ତୁ କଲ୍ୟାଣ ଗୋଷ୍ଠୀର ଜଣେ ସଦସ୍ୟ ମଙ୍ଗଳବାର ଏହା ବିଷୟରେ ସୂଚନା ଦେଇଛନ୍ତି ।

ମୁମ୍ବାଇରେ ଘାଟକୋପର ଅଞ୍ଚଳର ବିଭିନ୍ନ ସ୍ଥାନରୁ ୩୬ ଫ୍ଲାମିଙ୍ଗୋ ପକ୍ଷୀ ମୃତ ଅବସ୍ଥାରେ ମିଳିଛନ୍ତି । ଏକ ବନ୍ୟଜନ୍ତୁ କଲ୍ୟାଣ ଗୋଷ୍ଠୀର ଜଣେ ସଦସ୍ୟ ମଙ୍ଗଳବାର ଏହା ବିଷୟରେ ସୂଚନା ଦେଇଛନ୍ତି । ‘ରେସ୍‌କ୍ୟୁଙ୍ଗ୍‌ ଆସୋସିଏସନ ଫର୍‌ ୱାଇଲ୍ଡଲାଇଫ୍‌ ୱେଲଫେୟାର (RAWW)’ର ପ୍ରତିଷ୍ଠାତା ତଥା ବନ ବିଭାଗର ସମ୍ମାନିତ ବନ୍ୟପ୍ରାଣୀ ୱାର୍ଡେନ ପୱନ ଶର୍ମା କହିଛନ୍ତି ଯେ ଘାଟକୋପରର ବିଭିନ୍ନ ସ୍ଥାନରେ ପକ୍ଷୀମାନେ ମରି ପଡ଼ିଥିବାର ଦେଖି ଲୋକମାନେ ଏହା ବିଷୟରେ କଲ୍‌ କରି ଜଣାଇଥିଲେ ।

ମିଳିଥିବା ସୂଚନା ମୁତାବକ, ମୁମ୍ବାଇକୁ ଆସୁଥିବା ଏକ ଏମିରେଟ୍ସ ବିମାନ ସହ ଧକ୍କାରେ ୩୬ଟି ଫ୍ଲାମିଙ୍ଗୋ ପକ୍ଷୀଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣା ସୋମବାର ରାତି ୯ଟାର ବୋଲି କୁହାଯାଉଛି । ଏହି ଧକ୍କା ପରେ ମୁମ୍ବାଇର ଘାଟକୋପର ଅଞ୍ଚଳରେ ଅନେକ ଫ୍ଲାମିଙ୍ଗୋ ପକ୍ଷୀ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା । କୁହାଯାଉଛି ଯେ ଏହି ଦୁର୍ଘଟଣା ଏମିରେଟ୍ସର ବିମାନ ନମ୍ବର EK 508 ସହିତ ଘଟିଥିଲା ।

ସେପଟେ ଏହି ଧକ୍କା ଯୋଗୁ ବିମାନଟି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏହା ସତ୍ତ୍ୱେ ବିମାନଟି ଏୟାରପୋର୍ଟରେ ସୁରକ୍ଷିତ ଭାବରେ ଅବତରଣ କରିଥିଲା । ବର୍ତ୍ତମାନ ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା କୁହାଯାଉଛି । ବନ ଅଧିକାରୀ ଏବଂ ପଶୁ କାର୍ଯ୍ୟକର୍ତ୍ତାମାନେ ମୃତ ଫ୍ଲାମିଙ୍ଗୋ ପକ୍ଷୀମାନଙ୍କୁ ହଟାଇ ଦେଇଛନ୍ତି । ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ମୃତ ପକ୍ଷୀମାନଙ୍କୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

ଏହି ଦୁର୍ଘଟଣାର ଅନେକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ମୃତ ଫ୍ଲାମିଙ୍ଗୋ ପକ୍ଷୀଙ୍କୁ ମୁମ୍ବାଇର ବିଭିନ୍ନ ଅଞ୍ଚଳରୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକମାନେ ଫୋନ୍ କରି ଏହା ବିଷୟରେ ସୂଚନା ଦେଇଥିଲେ । ଏହାପରେ ବନ ବିଭାଗ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ମୃତ ପକ୍ଷୀମାନଙ୍କୁ କବ୍‌ଜାକୁ ନେଇଥିଲା । ବର୍ତ୍ତମାନ ସମସ୍ତ ମୃତ ପକ୍ଷୀଙ୍କୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । କହି ରଖୁଛୁ କି, ପ୍ରତିବର୍ଷ ଗ୍ରୀଷ୍ମ ଋତୁରେ ଲକ୍ଷ ଲକ୍ଷ ଫ୍ଲାମିଙ୍ଗୋ ପକ୍ଷୀ ଠାଣେ ଏବଂ ନଭି ମୁମ୍ବାଇର ଆର୍ଦ୍ରଭୂମି ଅଞ୍ଚଳକୁ ଆସନ୍ତି ।

You might also like