ଦେଶ ବିଦେଶ

ସମଗ୍ର ବିଶ୍ୱରେ କରୋନା ସ୍ଥିତି ଅଣାୟତ୍ତ: ୭ ଦିନରେ ୩୬ ଲକ୍ଷ ମାମଲା ରେକର୍ଡ, ୧୦ ହଜାର ମୃତ୍ୟୁ

ଚୀନ ସମେତ ସମଗ୍ର ବିଶ୍ୱରେ କରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । ଗତ ସପ୍ତାହେ ମଧ୍ୟରେ କରୋନା ସଂକମ୍ରଣ ନେଇ ୩୬ ଲକ୍ଷ କେସ୍‌ ସାମ୍ନାକୁ ଆସିଛି । ଗତ ୭ ଦିନରେ ୧୦ ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ଚୀନ ପରେ ଆମେରିକା, ଜାପାନ, ବ୍ରାଜିଲ, ଦକ୍ଷିଣ କୋରିଆ, ଜର୍ମାନୀ ଭଳି ଦେଶରେ କରୋନା କାୟା ବିସ୍ତାର କରିବାରେ ଲାଗିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୨୨,୫୭୮ ମାମଲା ଦେଖିବାକୁ ମିଳିଛି । ଜାପାନରେ ୭୨,୨୯୭, ଜର୍ମାନରେ ୫୫,୦୧୬, ବ୍ରାଜିଲରେ ୨୮,୫୭୯ ମାମଲା, ଦକ୍ଷିଣ କୋରିଆରେ ୨୬,୬୨୨ ମାମଲା ରେକର୍ଡ ହୋଇଛି । ପ୍ରତିଦିନ ହଜାର ହଜାର ଲୋକ ସଂକ୍ରମିତ ହେଉଥିବା ବେଳେ ଶହ ଶହ ମୃତ୍ୟୁବରଣ କରୁଛନ୍ତି ।

ବେଜିଂରେ କରୋନା ସଂକ୍ରମଣରେ ମୃତବ୍ୟକ୍ତିଙ୍କ ସତ୍କାର କାର୍ଯ୍ୟ ଅବିରତ ଭାବେ ଚାଲିଛି। ଶବାଗାରରେ କ୍ଷମତାଠାରୁ ବହୁ ଅଧିକ ଶବ ରଖାଯାଇଛି। ୨୪ ଘଣ୍ଟା କାର୍ଯ୍ୟ ଚାଲିଥିଲେ ମଧ୍ୟ ୨୦୦୦ ଶବ ସତ୍କାର ଅପେକ୍ଷାରେ ରହିଛି। ହସ୍ପିଟାଲରେ ଆକ୍ରାନ୍ତଙ୍କ ପାଇଁ ଜାଗା ନାହିଁ। ଶ୍ମଶାନରେ ସଂସ୍କାର କରିବାରେ ମଧ୍ୟ ସମାନ ସ୍ଥିତି ଉପୁଜିଛି। ତେଣୁ ଶ୍ମଶାନ ଓ ଶବ ଘରେ ପଡ଼ିରହିଛି ଶହ ଶହ ମୃତଦେହ।

ଆଜି କରୋନା ସ୍ଥିତି ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । ଯଦିଓ ଦେଶରେ ସଂକ୍ରମଣ ନିୟନ୍ତ୍ରଣରେ ରହିଛି ତଥାପି ସତର୍କ ରହିବା ପାଇଁ ସବୁ ରାଜ୍ୟକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର । ଗତକାଲି ସତର୍କ ରହିବା ପାଇଁ ସବୁ ରାଜ୍ୟକୁ ଚିଠି ଲେଖିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ।

ଏବେ ବି ବିଶ୍ୱରେ ସପ୍ତାହକୁ ୩୫ ଲକ୍ଷ କୋଭିଡ୍ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ୫ଟି ଦେଶ ଜାପାନ, ଆମେରିକା, କୋରିଆ, ବ୍ରାଜିଲ୍ ଓ ଚୀନରେ କୋଭିଡର ଚତୁର୍ଥ ଲହର ଚାଲିଛି । ନୂଆ ଭାରିଆଣ୍ଟ ଚିହ୍ନଟ ପାଇଁ ଜିନୋମ୍ ସ୍ୱିକେନ୍ସିଂ ବୃଦ୍ଧି ଆବଶ୍ୟକ । ସ୍ଥାନୀୟସ୍ତରରେ ସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି । ପଜିଟିଭ୍ ନମୂନା ଗୁଡ଼ିକ ଜିନୋମ ସିକୁଏନସିଂ ଲ୍ୟାବ୍କୁ ଗୁରୁତ୍ୱ ସହକାରେ ପଠାଇବାକୁ ଚିଠିରେ କୁହାଯାଇଛି । ସମୟ ଥାଉ ଥାଉ ନୂଆ ଭାରିଆଣ୍ଟକୁ ଚିହ୍ନଟ କରାଯାଇ ପାରିଲେ ସଂକ୍ରମଣକୁ ରୋକାଯାଇ ପାରିବ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ।

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago