ପାଟନା ମଡେଲ ମୋନା ରାୟଙ୍କୁ ଗୁଳି କରି ହତ୍ୟା, ଝିଅ ଆଗରେ ଗୁଳି ମାରିଥିଲେ ଅପରାଧୀ

ପାଟନା : ବିହାର ପାଟନାରେ ୩୬ ବର୍ଷ ବୟସ୍କା ମଡେଲ ମୋନା ରାୟଙ୍କୁ କେହି ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛନ୍ତି । ମୋନାଙ୍କୁ ଗତ ମଙ୍ଗଳବାର ଦୁର୍ବୃତ୍ତମାନେ ଗୁଳି କରିଥିବା ବେଳେ ଆଜି ଚିକିତ୍ସାଧୀନ ଅବସ୍ଥାରେ ମୋନାଙ୍କର ହସପିଟାଲରେ ମୃତ୍ୟୁ ହୋଇଯାଇଛି ।

ସୂଚନା ଅନୁଯାୟୀ ଗତ ମଙ୍ଗଳବାର ମୋନା ନିଜ ୧୧ ବର୍ଷ ବୟସର ଝିଅ ସହ ଦୁର୍ଗା ପୂଜା ଦେଖି ଘରକୁ ଫେରୁଥିଲେ । ରାତି ପ୍ରାୟ ୧୦ ଟା ବେଳେ ମୋନା ଯେତେବେଳେ ନିଜ ଘରର ଗେଟ ଖୋଲି ଭିତରକୁ ପ୍ରବେଶ କରୁଥିଲେ ପୂର୍ବରୁ ସେଠାରେ ଜଗି ରହିଥିବା ଦୁଇ ଅପରାଧୀ ତାଙ୍କୁ ଗୁଳି ମାରି ବାଇକ୍‌ରେ ଫେରାର ହୋଇଯାଇଥିଲେ ।

ତେବେ ଏହି ଗୁଳିକାଣ୍ଡରୁ ତାଙ୍କ ଝିଅ ଅଳ୍ପକେ ବଞ୍ଚିଯାଇଥିଲେ । ଏପର୍ଯ୍ୟନ୍ତ ଏହି ମାମଲାରେ ପୋଲିସ କାହାକୁ ଗିରଫ କରିନାହିଁ । ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି । ସିସିଟିଭି ଫୁଟେଜ ଆଧାରରେ ପୋଲିସ ଅପରାଧୀଙ୍କ ଖୋଜିବାକୁ ଉଦ୍ୟମ ଜାରି ରଖିଛି ।

ପ୍ରକାଶଯୋଗ୍ୟ ଯେ ମୋନା ପାଟନାର ଜଣେ ଜଣାଶୁଣା ମଡେଲ ଥିଲେ । ୨୦୨୧ ପାଇଁ ସେ ମିସ୍‌ ଆଣ୍ଡ ମିସେସ୍‌ ବିହାର ର ରନର ଅପ୍‌ ହୋଇଥିଲେ । ମୋନା କିଛି ବର୍ଷ ଧରି ଟିକ୍‌ ଟିକ୍‌ ରେ ଭିଡିଓ ଛାଡ଼ି ଲୋକପ୍ରିୟ ହୋଇଥିଲେ । ଯେଉଁଥିପାଇଁ ତାଙ୍କୁ ମଡେଲିଂର ସୁଯୋଗ ମିଳିଥିଲା ।

Leave A Reply

Your email address will not be published.