ଜେଲ ଭିତରେ କରୋନା: ୬ ଶିଶୁଙ୍କ ସମେତ ୩୯ କଏଦୀ କୋଭିଡ ପଜିଟିଭ ଚିହ୍ନଟ

ମୁମ୍ବାଇ: ଜେଲ ଭିତରେ କରୋନା । ୧୦ ଦିନ ଭିତରେ ମୁମ୍ବାଇ ବାଇକୁଲା ଜେଲରେ ୬ ଶିଶୁଙ୍କ ସମେତ ୩୯ କଏଦୀ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ସମସ୍ତ ସଂକ୍ରମିତଙ୍କୁ ଆଇସୋଲେସନ ସେଣ୍ଟରକୁ ପଠାଇ ଦିଆଯାଇଛି। ଜେଲ ଅଧିକାରୀଙ୍କ ମୁତାବକ, ଜେଲର ସମସ୍ତ ୧୨୦ ଜଣ କର୍ମଚାରୀ ଏବଂ କଏଦୀଙ୍କ କରୋନା ପରୀକ୍ଷା ହୋଇଥିଲା। ସେଥିରୁ ୩୯ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ।

୩୯ କରୋନା ସଂକ୍ରମିତଙ୍କ ମଧ୍ୟରୁ ୩୬ ଜଣଙ୍କୁ ପାଟନବାଲା ସ୍କୁଲର କ୍ୱାରେଣ୍ଟାଇନରେ ରଖାଯାଇଛି। ସେମାନଙ୍କ ଅବସ୍ଥା ସ୍ଥିର ରହିଛି। ଜଣେ ଗର୍ଭବତୀ ମହିଳାଙ୍କୁ ସୁରକ୍ଷା ଦୃଷ୍ଟିରୁ ମୁମ୍ବାଇ ଜିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ଯପଟେ ସଂକ୍ରମିତ ହୋଇଥିବା ଶିଶୁଙ୍କ ଅବସ୍ଥା ମଧ୍ୟ ସ୍ଥିର ଥିବା ବିଏମ୍‌ସି ସୂଚନା ଦେଇଛି।