ଥରିଲା ଆସାମ! ନାଗାଓଁରେ ୪.୦ ତୀବ୍ରତାର ଭୂମିକମ୍ପ ଝଟ୍‌କା ଅନୁଭୂତ

ଆସାମର ନାଗାଓଁରେ ଅନୁଭୂତ ହୋଇଛି ଭୂମିକମ୍ପ ଝଟ୍‌କା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଛି ୪.୦। ଅପରାହ୍ନ ୪ଟା ୮ ମିନିଟ୍‌ରେ ଏହି ଝଟ୍‌କା ଅନୁଭୂତ ହୋଇଥିଲା।

ଆସାମର ନାଗାଓଁରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୦ ମପାଯାଇଛି। ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ମୁତାବକ, ଭୂମିକମ୍ପର ଝଟ୍‌କା ଅପରାହ୍ନ ୪ଟା ୮ ମିନିଟ୍‌ରେ ଅନୁଭବ କରାଯାଇଛି।

ସେହିପରି ଏହାର ଗୋଟିଏ ଦିନ ପୂର୍ବରୁ ଗୁଜରାଟର ସୁରଟ ଜିଲ୍ଲାରେ ୩.୮ ତୀବ୍ରତାର ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ଇନଷ୍ଟିଚ୍ୟୁଟ୍ ଅଫ୍ ସେସମୋଲୋଜିକାଲ ରିସର୍ଚ୍ଚ (ଆଇଏସଆର)ର ଜଣେ ଅଧିକାରୀ କହିଛନ୍ତି ଯେ ସୁରଟର ପଶ୍ଚିମ ଦକ୍ଷିଣ ପଶ୍ଚିମ (WSW)ରୁ ପାଖାପାଖି ୨୭ କିଲୋମିଟର ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳ ରେକର୍ଡ କରାଯାଇଥିଲା।

ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀଙ୍କ ମୁତାବକ, ଏହି ଭୂମିକମ୍ପ ୫.୨ କିଲୋମିଟର ଗଭୀରରେ ରେକର୍ଡ ହୋଇଥିଲା ଏବଂ ଏହାର କେନ୍ଦ୍ର ଜିଲ୍ଲାର ହାଜିରାଠାରୁ ଦୂର ଆରବ ସାଗରରେ ଥିଲା। ଏହି ଭୂମିକମ୍ପ ଝଟ୍‌କାରେ କୌଣସି ଧନ ଜୀବନ କ୍ଷୟ ହୋଇନାହିଁ।

କହି ରଖୁଛୁ, ଗତ ୬ ଫେବୃୟାରୀରେ ତୁର୍କୀ ଏବଂ ସିରିୟାରେ ଭୟଙ୍କର ଭୂମିକମ୍ପ ଆସିଥିଲା। ଏଥିରେ ଉଭୟ ଦେଶର ପାଖାପାଖି ୨୯ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ତୁର୍କୀରେ ଗୋଟିଏ ପରେ ଗୋଟିଏ ୫ଟି ଭୂମିକମ୍ପ ଅନୁଭୂତ ହୋଇଥିଲା।