କୁନୋରେ ଖୁସିର ମୁହୂର୍ତ୍ତ! ନାମ୍ବିଆରୁ ଆସିଥିବା ଚିତା ‘ସିଆୟା’ ଏକାଥରକେ ଜନ୍ମ କଲା ୪ ଶାବକ

ମଧ୍ୟ ପ୍ରଦେଶର ଶେଓପୁରର କୁନୋ ଜାତୀୟ ଉଦ୍ୟାନରୁ ଏକ ଖୁସି ଖବର ଆସିଛି। ଏଠାରେ ନାମ୍ବିଆରୁ ଆସିଥିବା ଏକ ମାଈ ଚିତା ମା’ ହୋଇଛି। ମାଈ ଚିତା ଏକାଥରକେ ଜନ୍ମ ଦେଇଛି ଚାରି ଶାବକ।

ମଧ୍ୟ ପ୍ରଦେଶର ଶେଓପୁରର କୁନୋ ଜାତୀୟ ଉଦ୍ୟାନରୁ ଏକ ଖୁସି ଖବର ଆସିଛି। ଏଠାରେ ନାମ୍ବିଆରୁ ଆସିଥିବା ଏକ ମାଈ ଚିତା ‘ସିଆୟା’ ମା’ ହୋଇଛି। ମାଈ ଚିତା ଏକାଥରକେ ଜନ୍ମ ଦେଇଛି ୪ ଶାବକ। ଏ ସମ୍ପର୍କରେ ଟ୍ଵିଟ୍‌ କରି ପରିବେଶ ମନ୍ତ୍ରୀ ସୂଚନା ସେୟାର କରିଛନ୍ତି। ସେ ଟ୍ୱିଟ ସହ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି।

ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଟ୍ୱିଟ୍ କରିଛନ୍ତି ଯେ ‘ଅମୃତ କାଳ ସମୟରେ ଆମର ବନ୍ୟଜନ୍ତୁ ସଂରକ୍ଷଣ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା’। ସେ ଆହୁରି ଲେଖିଛନ୍ତି, ‘ଏହା କହି ମୋତେ ଖୁସି ଲାଗୁଛି କି, ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ୨୦୨୨ ସେପ୍ଟେମ୍ବର ୧୭ରେ ଭାରତ ଅଣାଯାଇଥିବା ଚିତାଙ୍କ ମଧ୍ୟରୁ ଗୋଟିଏର ୪ ଶାବକ ଜନ୍ମ ହୋଇଛନ୍ତି’।

କହି ରଖୁଛୁ, ୧୯୫୨ ମସିହାରେ ଭାରତରେ ଚିତାଙ୍କୁ ବିଲୁପ୍ତ ପ୍ରାଣୀ ଘୋଷଣା କରାଯାଇଥିଲା। ଏହି ପ୍ରାଣୀ ବିଲୁପ୍ତ ହୋଇଯାଇଥିଲା। ଏହାର ୭ ଦଶନ୍ଧି ପରେ ଦେଶରେ ପୁଣିଥରେ ସେମାନଙ୍କୁ ଅଣାଯାଇଛି। ଦେଶର ଶେଷ ଚିତା ୧୯୪୭ ମସିହାରେ ବର୍ତ୍ତମାନର ଛତିଶଗଡ଼ର କୋରିଆ ଜିଲ୍ଲାରେ ମୃତ୍ୟୁବରଣ କରିଥିଲା, ଯାହାପରେ ୧୯୫୨ରେ ଏହି ପ୍ରଜାତିକୁ ବିଲୁପ୍ତ ଘୋଷିତ କରାଯାଇଥିଲା।

ସୂଚନାଥାଉ କି, ଗତବର୍ଷ ନାମ୍ବିଆରୁ ଆସିଥିବା ଚିତାଙ୍କ ମଧ୍ୟରୁ ଗୋଟିଏର ମୃତ୍ୟୁ ହୋଇଛି। ଏହି ଚିତା କିଡନୀ ରୋଗରେ ପୀଡ଼ିତ ଥିଲା। ଗତବର୍ଷ ନାମ୍ବିଆରୁ ୮ ଚିତା ଭାରତ ଆସିଥିଲେ। ପ୍ରଧାନମନ୍ତ୍ରୀ ମୋଦି ନିଜେ ଏହି ଚିତାଗୁଡିକୁ ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ। କିନ୍ତୁ ଆସିବାର କିଛି ମାସ ପରେ ଶାଶା ନାମକ ଏହି ମାଈ ଚିତା କିଡନୀ ରୋଗରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.