ତାମିଲନାଡ଼ୁରେ ମାଣ୍ଡୋସ୍‌ର ତାଣ୍ଡବ: ଭାଙ୍ଗି ଦେଇଛି ଶତାଧିକ ଘର, ୪ ଜଣଙ୍କ ନେଇଛି ଜୀବନ

କେନ୍ୟୁଜ୍(ବ୍ୟୁରୋ): ତାମିଲନାଡ଼ୁରେ ମାଣ୍ଡୋସ୍‌ର ତାଣ୍ଡବ । ୪ ଜଣଙ୍କ ଜୀବନ ନେଇଛି ବାତ୍ୟା। ପବନ ସାଙ୍ଗକୁ ଭୀଷଣ ବର୍ଷା ଆଣିଛି ବାତ୍ୟା ମାଣ୍ଡୋସ । ଶହଶହ ଗଛ ଉପାଡ଼ି ଦେଇଛି । ଘର ଭାଙ୍ଗିଛି। ଶୀତ ଦିନେ ଜଳାର୍ଣ୍ଣବ ହୋଇଛି ସହର । ଆନ୍ଧ୍ର ପ୍ରଦେଶରେ ମଧ୍ୟ ଭୀଷଣ କର୍ଷା କରିଛି ମାଣ୍ଡୋସ୍‌ । ବୁଡ଼ି ଯାଇଛି ଦକ୍ଷିଣ ଆନ୍ଧ୍ର ଉପକୂଳ । ଲ୍ୟାଣ୍ଡଫଲ ପରେ ତାମିଲନାଡ଼ୁ, ଆନ୍ଧ୍ରରେ ତାଣ୍ଡବ କରିଛି ବାତ୍ୟା ମାଣ୍ଡୋସ୍‌ । ଚେନ୍ନାଇରେ ୪୦୦ ଗଛ ଉପାଡ଼ି ଦେଇଛି । ମୋଡ଼ି ଦେଇଛି ବିଜୁଳି ଖୁଣ୍ଟ । ଭାଙ୍ଗି ଦେଇଛି ଶତାଧିକ ଘର । କେଉଁଠି ଛପର ଉଡ଼ାଇ ନେଇଛି ତ କେଉଁଠି ଗାଡ଼ି ଉପରେ ଭାଙ୍ଗି ପଡ଼ିଛି କାନ୍ଥ । ଲ୍ୟାଣ୍ଡଫଳ ବେଳେ ୮୦ କିଲୋମିଟର ବେଗରେ ବହିଥିଲା ପବନ ।

ମାମଲାପୁରମ ନିକଟରେ ସ୍ଥଳଭାଗ ଅତିକ୍ରମ କରିଥିଲା ମାଣ୍ଡୋସ୍‌ । ଲ୍ୟାଣ୍ଡଫଲ ପରେ ଭୀଷଣ ବର୍ଷା କରିଥିଲା ବାତ୍ୟା। ତାମିଲନାଡୁର ରାନିପେଟ୍ଟାଇ, ଭେଲୋର, ଭିଲୁପୁରମ୍‌, ସାଲେମ୍‌, କାଲାକ୍କୁରୁଚି, ତିପୁପାଟୁର ଜିଲ୍ଲା ସମେତ ଚେନ୍ନାଇରେ ଭୀଷଣ ବର୍ଷା ହୋଇଛି । ଚେନ୍ନାଇରେ ୧୧୫ ମିଲିମିଟର ବର୍ଷା ରେକର୍ଡ ହୋଇଛି। ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ଷ୍ଟାଲିନ । ଆସନ୍ତା ୧୩ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟର ସମ୍ଭାବନା ରହିଛି ।

Leave A Reply

Your email address will not be published.