ଆମେରିକା :ଟେକ୍ସାସରେ ଭୟଙ୍କର ସଡ଼କ ଦୁର୍ଘଟଣା, ଜଳିଗଲେ ୪ ଭାରତୀୟ

ଆମରେିକା ଟେକ୍ସାସରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାରି ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ଯୁବତୀଙ୍କ ସମେତ ୪ ଜଣ ଭାରତୀୟ ରହଛନ୍ତି । ଏସୟୁଭି କାରରେ ନିଆଁ ଲାଗିବା ଯୋଗୁଁ ସମସ୍ତଙ୍କ ଶରୀର ଜଳିଯାଇଛି । ମୃତକଙ୍କ ପରିଚୟ ମିଳିପାରୁ ନାହିଁ । ଡିଏନଏ ପରୀକ୍ଷା ପରେ ଜଣାପଡ଼ିବ ବୋଲି ଜଣେ ଅଧିକାରୀ କହିଛନ୍ତି ।
ସୂଚନା ଅନୁସାରେ, ଆମେରିକାରେ ରହୁଥିବା ମୃତକ ୪ଜଣ ଭାରତୀୟ କାର୍ପୁଲିଂ ଆପ୍ ଜରିଆରେ ଭେଟ ହୋଇଥିଲେ । ଗତ ଶୁକ୍ରବାର ସେମାନେ ଆର୍କାନସାସର ବେଣ୍ଟନନଭିଲ୍ଲେ ଯିବା ସମୟରେ ଟେକ୍ସାସ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ । ପାଞ୍ଚଟି କାର୍ ପରସ୍ପର ମଧ୍ୟରେ ଧକ୍କା ହେବା ଫଳରେ ସେମାନଙ୍କ ଏସୟୁଭି କାର୍ ଜଳି ଯାଇଥିଲା । ଫଳରେ ୪ ଜଣ ଭାରତୀୟ ଜୀବନ୍ତ ଜଳିଯାଇଛନ୍ତି । ପରିଚୟ ମିଳିପାରୁ ନ ଥିବାରୁ DNA ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯାଇଛି ।
ଆର୍ଯ୍ୟାନ ରଘୁନାଥ ଓରମପତି, ଫାରୁକ ଶୈକ, ଲୋକଶେ ପାଲଚାର୍ଲ ଏବଂ ଦର୍ଶିନୀ ବାସୁଦବେନ ମୃତକ ବୋଲି ଜଣାପଡିଛି । ଓରମପତି ଏବଂ ତାଙ୍କ ସାଙ୍ଗ ଶୈକ ଡାଲାସର ଜଣେ ବନ୍ଧୁଙ୍କୁ ଭେଟି ଫେରୁଥିଲେ । ସେହିପରି ଲୋକଶେ ପାଲଚାର୍ଲ ତାଙ୍କ ପତ୍ନୀଙ୍କୁ ଭେଟିବା ପାଇଁ ବେଣ୍ଟନନଭିଲ୍ଲେ ଯାଉଥିଲେ ।
ଟେକ୍ସାସ ୟୁନିଭରସିଟିରୁ ମାଷ୍ଟର ଡିଗ୍ରୀ ଶେଷ କରି ଆମେରିକାରେ କାର୍ଯ୍ୟ କରୁଥିବା ଦର୍ଶିନୀ ବାସୁଦବେନ୍ ବେଣ୍ଟନଭିଲ୍ଲେରେ ତାଙ୍କ ମାମୁଁଙ୍କୁ ଦେଖା କରିବାକୁ ଯାଉଥିଲେ । ସେମାନେ ଏକ କାର୍ପୁଲିଂ ଆପ୍ ମାଧ୍ୟମରେ ଭେଟ ହୋଇଥିବାରୁ ପରିଚୟ ଜାଣିବା ସହଜ ହୋଇପାରିଛି ।
ସେପଟେ ମୃତଦେହ ସ୍ବଦେଶ ଫେରାଇ ଆଣିବାକୁ ପରିବାର ଲୋକେ ଅନୁରୋଧ କରିଛନ୍ତି । ଦର୍ଶିନୀଙ୍କ ବାପା ତିନି ଦିନ ପୂର୍ବେ ଏକ୍ସ ପୋଷ୍ଟରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଟ୍ୟାଗ୍ କରି ଝିଅକୁ ଖୋଜିବାରେ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ ।
ସୂଚନାଯୋଗ୍ୟ, ଦୁର୍ଘଟଣାରେ ୫ଟି ଗାଡି ସାମିଲ ଥିଲା । ଏକ ଦ୍ରୁତଗାମୀ ଟ୍ରକ ଏସୟୁଭିକୁ ପଛରୁ ଧକ୍କା ଦେଇଥିଲା । ଫଳରେ କାରରେ ନିଆଁ ଲାଗିଯାଇଥିଲା । ଆଉ ଏଥିରେ ସମସ୍ତେ ଜଳିପୋଡି ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଡିଏନଏ ରିପୋର୍ଟ ଆସିବା ପରେ ଘର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ।