ଦୀପାବଳି ପାଳନ ଅଧାରେ ରହିଗଲା, ଘରକୁ ଯାଉଥିବା ବେଳେ କାର୍‌ ଏବଂ ପିକ୍‌ଅପ୍‌ ଧକ୍କା : ୪ ମୃତ

ଦିଲ୍ଲୀ-ଜୟପୁର ହାଇୱେରେ ଗୁରୁଗ୍ରାମର ସିଦ୍ଧ୍ରାୱାଲି ଗ୍ରାମ ନିକଟରେ ଏକ ତେଲ ଟ୍ୟାଙ୍କର ଡିଭାଇଡର ସହିତ ପିଟି ହୋଇଥିଲା । ଗାଡିଟି ଡିଭାଇଡରରେ ପିଟି ହୋଇ ଏକ କାର ଏବଂ ପିକଅପ୍ ଭ୍ୟାନକୁ ଧକ୍କା ଦେଇଛି। ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ ସୂଚନା ଦେଇଛି ।

ଦିଲ୍ଲୀ-ଜୟପୁର ହାଇୱେରେ ଏକ ମର୍ମନ୍ତୁଦ ଦୁର୍ଘଟଣା । ଶୁକ୍ରବାର ରାତିରେ ଦିଲ୍ଲୀ-ଜୟପୁର ହାଇୱେରେ ଗୁରୁଗ୍ରାମର ସିଦ୍ଧ୍ରାୱାଲି ଗ୍ରାମ ନିକଟରେ ଏକ ତେଲ ଟ୍ୟାଙ୍କର ଡିଭାଇଡର ସହିତ ପିଟି ହୋଇଥିଲା । ଗାଡିଟି ଡିଭାଇଡରରେ ପିଟି ହୋଇ ଏକ କାର ଏବଂ ପିକଅପ୍ ଭ୍ୟାନକୁ ଧକ୍କା ଦେଇଛି। ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ ସୂଚନା ଦେଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବିଳାସପୁର ପୋଲିସ ଷ୍ଟେସନର ତଦନ୍ତକାରୀ ଅଧିକାରୀ ବିନୋଦ କୁମାରଙ୍କ କହିବାନୁସାରେ, ଜୟପୁରରୁ ଆସୁଥିବା ଏକ ତେଲ ଟାଙ୍କି ଡିଭାଇଡର ସହିତ ଧକ୍କା ହେବା ପରେ ଏକ କାରକୁ ଧକ୍କା ଦେଇଥିଲା । ଯାତ୍ରୀମାନେ ଜୟପୁର ଯାଉଥିବା ପୋଲିସ କହିଛି । କାର ଭିତରେ ଥିବା ସିଏନଜି ସିଲିଣ୍ଡର ଯୋଗୁଁ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ନିଆଁ ତୁରନ୍ତ ଲାଗିଯାଇଥିଲା । ନିଆଁ ଯୋଗୁଁ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଆଉ ଭ୍ୟାନ ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।

ମାମଲାର ଯାଞ୍ଚ କରୁଥିବା ଅଧିକାରୀ କହିଛନ୍ତି, ଦିଲ୍ଲୀ- ଜୟପୁର ହାଇୱେ ଦୁର୍ଘଟଣା ଯୋଗୁଁ କାର ଜଳିପୋଡି ପାଉଁଶ ହୋଇଯାଇଥିଲା । ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଭ୍ୟାନ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ତେବେ ତେଲ ଟ୍ୟାଙ୍କର ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ପୋଲିସ ତାକୁ ଧରିବା ପାଇଁ ସନ୍ଧାନ ଜାରି ରଖିଛି । ମାମଲାର ଯାଞ୍ଚ ଚାଲିଛି ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଦିଲ୍ଲୀ-ଜୟପୁର ହାଇୱେରେ ଏକ ସ୍ଲିପର ବସ୍‌ରେ ନିଆଁ ଲାଗିଯାଇଥିଲା । ଏଥିରେ ମଧ୍ୟ ଦୁଇ ଜଣ ମହିଳା ଏବଂ ଦୁଇଜଣ ଯୁବତୀ ମୃତ୍ୟୁବରଣ କରିଥିବା ଖବର ମିଳିଥିଲା । ଘଟଣାରେ ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like