ମାତ୍ର ୨ ମାସର ଇଣ୍ଟର୍ନସିପ ପାଇଁ ମିଳିବ ୪ ଲକ୍ଷ ଟଙ୍କା ଷ୍ଟାଇପେଣ୍ଡ !

ଦେଶର ବହୁ ଶିକ୍ଷାନୁଷ୍ଠାନରେ ଗ୍ରାଜୁଏସନ ଓ ପୋଷ୍ଟ ଗ୍ରାଜୁଏସନ କୋର୍ସ କରୁଥିବା ପିଲା ମାନଙ୍କୁ ଇଣ୍ଟର୍ନସିପ ଦେବା ବାଧ୍ୟତାମୂଳକ କରାଯାଇଛି । ତେଣୁ କରି କେତେକ ବେସରକାରୀ ସଂସ୍ଥା ସହ କେତେକ ସରକାରୀ ଅଫିସ ମଧ୍ୟ ଏହି ଛାତ୍ର ମାନଙ୍କୁ ଇଣ୍ଟନସିପି ଯୋଗାଉଛନ୍ତି । ଖାଲି ଏତିକି ନୁହେଁ ଇଣ୍ଟର୍ନସିପ ପାଇଁ ପିଲାଙ୍କୁ ଷ୍ଟାଇପେଣ୍ଡ ମଧ୍ୟ ଦିଆଯାଉଛି । କିନ୍ତୁ ଆପଣ କଣ ଜାଣିଛନ୍ତି କି ମାତ୍ର କିଛି ମାସ ପାଇଁ ଦିଆଯାଉଥିବା ଈଂଟର୍ନ ସିପର ଷ୍ଟାଇପେଣ୍ଡ ଲକ୍ଷ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ ବୋଲି । ଏମିତିକି ମାତ୍ର ୨ ମାସର ଇଣ୍ଟର୍ନସିପ ପାଇଁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଷ୍ଟାଇପେଣ୍ଡ ମିଳି ପାରେ ବୋଲି ।

student

କେଉଁ ଶିକ୍ୟାନୁଷ୍ଠାନର ଛାତ୍ର ଛାତ୍ରୀଙ୍କୁ ମିଳିଛି ଏହି ଅଫର:

ନିକଟରେ ଇନ୍ଦୋର ଠାରେ ଅବସ୍ଥିତ ଭାରତୀୟ ପ୍ରବନ୍ଧନ ସଂସ୍ଥାନ ବା ଆଇଆଇଏମର ଛାତ୍ର ମାନଙ୍କୁ ହିଁ ଏହି ଅଫର ମିଳିଛି ।
କିଛି ଦିନ ତଳେ ଏଠାକାର ଛାତ୍ର ମାନଙ୍କର ସମର ଇଣ୍ଟର୍ନସିପ ପାଇଁ ଚୟନ ପ୍ରକ୍ରିୟା ଶେଷ ହୋଇଛି । ସଂସ୍ଥା କତ୍ତୃପକ୍ଷଙ୍କ କହିବା ଅନୁଯାୟୀ ଏହି ବର୍ଷ ଏଠାକାର ଛାତ୍ର ମାନଙ୍କୁ ମାତ୍ର ୨ ମାସର ଇଣ୍ଟର୍ନସିପ ପାଇଁ ୧.୬୮ ଲକ୍ଷ ଟଙ୍କାର ସର୍ବନିମ୍ନ ଷ୍ଟାଇପେଣ୍ଡ ଦିଆଯିବାର ଅଫର ମିଳିଛି । ଯାହାକି ପୂର୍ବ ବର୍ଷ ତୁଳନାରେ ଖୁବ ଅଧିକ ଅଛି । ସବୁଠୁ ଅଧିକ ଷ୍ଟାଇପେଣ୍ଡ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦିଆ ଯିବାର ଅଫର ଆସିଛି ।
ବିଶ୍ୱବିଦ୍ୟାଳୟର ଟପ ୧୦୦ ଭିତରେ ଥିବା ପିଲାଙ୍କୁ ୨.୮୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଷ୍ଟାଇପେଣ୍ଡ ମିଳିଥିବା ବେଳେ ଟପ ୨୦୦ ପିଲାଙ୍କୁ ୨.୫୦ ଟଙ୍କାର ଷ୍ଟାଇପେଣ୍ଡ ମିଳିବାର ଅଫର ଆସିଛି ।

student

ଏହା ସହ ପଢନ୍ତୁ: ଶେଷ ଯାତ୍ରାରେ ସାମିଲ ହେଲା ୨୦୦୦ ସ୍ପୋର୍ଟ୍ସ କାର, ଜାଣନ୍ତୁ କେଉଁଠି

ଇନ୍ଦୋର ଆଇଆଇଏମ କତ୍ତୃପକ୍ଷଙ୍କ ତରଫରୁ କୁହାଯାଇଛିକି ଏହି ବର୍ଷ ପ୍ଲେସମେଣ୍ଟ ପାଇଁ ପାଇଁ ପ୍ରାୟ ୧୬୦ କମ୍ପାନୀ ଆସିଥିଲେ । ଏହା ମଧ୍ୟରୁ ୩୯ କମ୍ପାନୀ ପ୍ରଥମ ଥର ପାଇଁ ଆସିଥିଲେ । ଆଦିତ୍ୟ ବିର୍ଲା ଗୃପ, ଅଦାନୀ ଗୃପ, ଆମାଜନ, ମାଇକ୍ରୋସଫଟ, ସିଓମୀ ଭଳି ମଲ୍ଟି ନାସନାଲ କମ୍ପାନୀ ମାନେ ପ୍ଲେସମେଣ୍ଟ ପାଇଁ ଆସିଥିଲେ ଓ ଛାତ୍ର ମାନଙ୍କର ଚୟନ କରିଥିଲେ । ଆଉ ମଧ୍ୟ ଦେଶର ଏହି ଆଇଆଇଏମରେ ଅନ୍ୟ ଆଇଆଇଏମ ତୁଳନାରେ ଅଧିକ ଛାତ୍ର ପଢୁଛନ୍ତି । ଏଠାରେ ଏହି ବର୍ଷ ହିଁ କେବଳ ୫୮୯ ଛାତ୍ର ପାସ କରିବେ ବୋଲି ଜଣା ଯାଇଛି । ଏମାନଙ୍କ ଭିତରୁ ଛାତ୍ରୀଙ୍କ ସଂଖ୍ୟା ୨୫୮ ଅଛି | ଯାହାକି ପୁରା ଛାତ୍ର ସଂଖ୍ୟାର ୪୪ ପ୍ରତିଶତ ହିଁ ହେବ । ଛାତ୍ରୀ ମାନଙ୍କୁ ଛାତ୍ର ମାନଙ୍କ ତୁଳନାରେ ୨୪ ପ୍ରତିଶତ ଅଧିକ ଷ୍ଟାଇପେଣ୍ଡ ମିଳିବ ବୋଲି ଜଣା ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.