ଚାରି ମାସର ଶିଶୁକୁ ଡାକ୍ତର ଦେଇଦେଲେ ଏକ୍ସପାୟାର ଇଞ୍ଜେକ୍ସନ, କିଛି ସମୟ ପରେ ଭୟଙ୍କର ହୋଇଗଲା ଶରୀର

ଚାରି ମାସର ନିରୀହ ଝିଅକୁ ଜ୍ୱର ହେବାରୁ ଘରଲୋକ ଡାକ୍ତରଙ୍କ ପାଖକୁ ନେଇଯାଇଥିଲେ ସତ କିନ୍ତୁ ଡାକ୍ତର ଜ୍ୱର ପାଇଁ ଯେଉଁ ଇଞ୍ଜେକ୍ସନ ଦେଲେ ତାପାଇଁ ହେଲା ଏମିତି ସଂକ୍ରମଣ ଯେ ବର୍ତ୍ତମାନ ସଂକଟରେ ଶିଶୁର ଜୀବନ । ଏଭଳି ଏକ ମାମଲା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ବିଡ଼ିଶା ଜିଲ୍ଲାର ଗୋଲୋନା ଗାଁରେ, ତାହେଲେ ଆସନ୍ତୁ ଜାଣିବା କଣ ଥିଲା ସମ୍ପୂର୍ଣ୍ଣ ଘଟଣା ।
ସୂଚନା ଅନୁଯାୟୀ ଗୋଲୋନା ଗାଁର ସାମସନଙ୍କ 4 ମାସର ଶିଶୁକୁ ଜ୍ଵର ହୋଇଥିଲା ଯେଉଁଥିପାଇଁ ସେ ତାକୁ ଡାକ୍ତରପାଖକୁ ନେଇ ଯାଇଥିଲେ । ଏହାପରେ ଡାକ୍ତର ସ୍ୱାସ୍ଥ୍ୟବସ୍ଥା ଦେଖି ତାକୁ ଏକ ଇଞ୍ଜେକ୍ସନ ଦେଇଥିଲେ ଯାହାଦ୍ୱାରା ଶିଶୁଠାରେ ଇନଫେକ୍ସନ ହୋଇଯାଇଥିଲା । କିଛିସମୟ ପରେ ଶିଶୁଟିର ଅଣ୍ଟା ତଳ ଏବଂ ହାତ ସମ୍ପୂର୍ଣ୍ଣ ରୂପେ କଲା ପଡିଯାଇଥିଲା ଏବଂ ଶିଶୁଟି ଯନ୍ତ୍ରଣାରେ କାନ୍ଦିବାକୁ ଲାଗିଥିଲା । ତାପରେ ଡାକ୍ତରଙ୍କୁ ଏସବୁ ଦେଖାଇବାରୁ ସେ କହିଥିଲେ ଯେ ପିଲାଟିର ଆଙ୍ଗୁଠି ଗୁଡିକ କାଟିବାକୁ ପଡିବ । ବର୍ତ୍ତମାନ 4 ମାସର ଶିଶୁଟି ହସ୍ପିଟାଲ ବେଡ଼ରେ ପଡି ଜୀବନ ଏବଂ ମୃତ୍ୟୁ ସହ ସଂଘର୍ଷ କରୁଛି ।
ଏହାପୂର୍ବରୁ ମଧ୍ୟ ବିଡ଼ିଶା ଜିଲ୍ଲାରେ ଏକ ନବଜାତ ଶିଶୁକୁ ଇଞ୍ଜେକ୍ସନ ଦେବା ପରେ ସେ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ। ପରିବାର କିଛି ଦିନ ପରେ ପିଲାଟିକୁ ଦେଖିବା ପରେ ତାଙ୍କ ହାତ କଳା ହୋଇଯାଇଥିଲା। ପରେ ଜଣାପଡିଥିଲା ଯେ ତାଙ୍କୁ ଏକ ଏକ୍ସପୟାର୍ଡ଼ ଇଞ୍ଜେକ୍ସନ୍ ଦିଆଯାଇଥିଲା ଯାହା ତାଙ୍କ ହାତରେ ବିଷ ବିସ୍ତାର କରିଥିଲା। ଏହାପରେ ଡାକ୍ତରଖାନା କର୍ମଚାରୀମାନେ ଏହାକୁ NICU ରେ ଭର୍ତ୍ତି କରିଥିଲେ।