ବସ୍‌ ଭିତରେ ପଶିଗଲା ଅନିୟନ୍ତ୍ରିତ କାର, ନାବାଳିକା ସମେତ ୩ ମୃତ

ମହାରାଷ୍ଟ୍ର ପାଲଘର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏହି ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୁମ୍ବାଇ-ଅହମଦାବାଦ ହାଇେଓ୍ଵରେ ଏହି ଦୁର୍ଘଟଣା ଘଟିଛି । ହାଇେଓ୍ଵରେ କାର ଏବଂ ବସ୍‌ ଧକ୍କା ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ଗୁଜରାଟରୁ ମୁମ୍ବାଇ ଯାଉଥିବା କାର ଅନିୟନ୍ତ୍ରିତ ହୋଇ ବସ୍‌ ସହିତ ଧକ୍କା ହୋଇଥିଲା । କାରରେ ଥିବା ସମସ୍ତ ୪ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ପାଲଘର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି ।

ଦୁର୍ଘଟଣା ସୂଚନା ମିଳିବା ପରେ, ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କାର ଭିତରୁ ମୃତଦେହକୁ ଉଦ୍ଧାର କରି ହସପିଟାଲ ପଠାଇଥିଲା । ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିଚୟ ମିଳିବା ପରେ ସେମାନଙ୍କ ପରିବାରକୁ ଖବର ଦିଆଯାଇଛି । ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ତେବେ ଗତକାଲି ହୋଇଥିବା ସଡ଼କ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରୁ ଜଣେ ନାବାଳିକା ସହିତ ୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ୪ ଜଣ ଲୋକଙ୍କ ଗୁରୁତର ଆହତ ହୋଇଛନ୍ତି। ମୃତକ ମୁମ୍ବାଇର ନାଲାସୋପାରାରେ ରହୁଥିଲେ ।

ନିକଟରେ କିଛିଦିନ ପୂର୍ବରୁ ପାଲଘର କାସା ଥାନା ଅଞ୍ଚଳରେ କାର ଏବଂ ଟ୍ରକ ମଧ୍ୟରେ ଜୋରଦାର ଧକ୍କା ହୋଇଥିଲା । ସେହିପରି ୧୯ ଜାନୁଆରୀରେ ମହାରାଷ୍ଟ୍ର ମୁମ୍ବାଇ–ଗୋଆ ଏନଏଚରେ ମାନ ଗାଓଁ ଅଞ୍ଚଳରେ ଭୀଷଣ ଦୁର୍ଘଟଣା ଘଟିଥିଲା । ଏହି ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଏବଂ ୫ ଜଣ ପୁରୁଷ ରହିଥିଲେ । ଏମାନଙ୍କ ମଧ୍ୟରେ ଜଣେ ଛୋଟ ଶିଶୁ ଗୁରୁତର ଭାବେ ଆହତ ହୋଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.