ଆନ୍ଧ୍ର: ବ୍ୟାନର ଲଗାଉଥିବା ବେଳେ କରେଣ୍ଟ ଲାଗି ୪ ଜଣଙ୍କ ମୃତ୍ୟୁ, କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଆନ୍ଧ୍ର ପ୍ରଦେଶର ତଦିପାରୁରେ ସୋମବାର ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ବିଦ୍ୟୁତ କରେଣ୍ଟ ଲାଗି ୪ ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ଲୋକ ଏଥିରେ ଆହତ ହୋଇଛନ୍ତି । ଜଣେ ସମାଜ ସୁଧାରକଙ୍କ ପ୍ରତିମୂର୍ତ୍ତି ନିକଟରେ ଏମାନେ ଫ୍ଲେକ୍ସ ବ୍ୟାନର ଲଗାଉଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି ।
ସେପଟେ ଏହି ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେ ଅଧିକାରୀମାନଙ୍କୁ ଆହତମାନଙ୍କର ଉତ୍ତମ ଚିକିତ୍ସା କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ମୃତକମାନଙ୍କ ପରିବାର ପାଇଁ ୫-୫ ଲକ୍ଷ ଟଙ୍କା ସହାୟତା ରାଶି ମଧ୍ୟ ଘୋଷଣା କରିଛନ୍ତି ।
ଘଟଣା ସୋମବାର ସକାଳର ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, ମୃତକ ଓ ପୀଡ଼ିତମାନେ ହେଲେ ପଶ୍ଚିମ ଗୋଦାବରୀ ଜିଲ୍ଲାର ତଦିପାରୁ ଗାଁର । ଏମାନେ ସମସ୍ତେ ଜଣେ ସମାଜ ସୁଧାରକଙ୍କ ପ୍ରତିମୂର୍ତ୍ତି ନିକଟରେ ଫ୍ଲେକ୍ସ ବ୍ୟାନର ଲଗାଉଥିଲେ । ଏହି ସମୟରେ ହଠାତ୍ କରେଣ୍ଟ ଆସିବାରୁ ଲୋକମାନେ ଏହା ସଂସ୍ପର୍ଶରେ ଆସିଥିଲେ ।
ଦୁର୍ଘଟଣା ପରେ ସମସ୍ତଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠି ଚିକିତ୍ସାଧୀନ ଅବସ୍ଥାରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ଆହତମାନଙ୍କର ଚିକିତ୍ସା ଚାଲିଛି ।