କାଲିଫର୍ଣ୍ଣିଆରେ ଭାରତୀୟ ମୂଳର ୪ ଜଣଙ୍କୁ ଅପହରଣ; ୮ ମାସର ଛୁଆକୁ ବି ନେଇଗଲେ

ଆମେରିକାର କାଲିଫର୍ଣ୍ଣିଆରେ ଭାରତୀୟ ମୂଳର ୪ ଜଣଙ୍କୁ ଅପହରଣ କରାଯାଇଛି। ଅପହୃତ ଲୋକଙ୍କ ମଧ୍ୟରେ ୮ ମାସର ଏକ ଶିଶୁ କନ୍ୟା ସହ ତା’ର ମାଆ, ବାପା ମଧ୍ୟ ଅଛନ୍ତି। ମର୍ସିଡ୍‌ କାଉଣ୍ଟି ସେରିଫ୍ ଅଫିସ୍‌ ତରଫରୁ କୁହାଯାଇଛି ଯେ ୩୬ ବର୍ଷୀୟ ଜସଦୀପ ସିଂ, ୨୭ ବର୍ଷୀୟା ଜସଲିନ୍ କୌର, ସେମାନଙ୍କ ୮ ମାସର ଶିଶୁକନ୍ୟା ଆରୁହି ଏବଂ ୩୯ ବର୍ଷୀୟ ଅମନ୍‌ଦୀପ ସିଂଙ୍କୁ ଅପହରଣ କରି ନିଆଯାଇଛି। ପୋଲିସ ସନ୍ଦିଗ୍ଧଙ୍କୁ ସଶସ୍ତ୍ର ବୋଲି କହିଛି।

ପୋଲିସ ତରଫରୁ ଏ ପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ଅଧିକ ସୂଚନା ଦିଆଯାଇ ନାହିଁ। ଅଧିକାରୀମାନେ କହିଛନ୍ତି କି, ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସାଉଥ୍‌ ହାଇେଓ୍ଵ ୫୯ର ୮୦୦ ବ୍ଲକରୁ ୪ ଜଣଙ୍କୁ ସେମାନଙ୍କ ଇଚ୍ଛା ବିରୁଦ୍ଧରେ ଅପହରଣ କରି ନିଆଯାଇଛି। କୁହାଯାଉଛି କି, ଯେଉଁ ଜାଗାରେ ଏହି ଘଟଣା ଘଟିଛି, ତାହା ରୋଡ୍‌ େଓ୍ଵ ସହିତ ସଂଯୋଗ ରହିଛି।

ରିପୋର୍ଟ ମୁତାବକ, ପୋଲିସ ଅଧିକାରୀମାନେ ଏ ପର୍ଯ୍ୟନ୍ତ ସନ୍ଦିଗ୍ଧଙ୍କ ନାମ କହି ନାହାନ୍ତି। ଏଥି ସହିତ ଏହା ମଧ୍ୟ ଜଣାପଡ଼ି ନାହିଁ ଯେ ଘଟଣା ଘଟାଇବା ପଛରେ କ’ଣ ଉଦ୍ଦେଶ୍ୟ ରହିଛି। ଏହି ମାମଲାରେ ଘଟଣାସ୍ଥଳ ଆଖପାଖରେ ଉପସ୍ଥିତ ଲୋକଙ୍କୁ ପଚରାଉଚରା କରାଯାଉଛି। ଏଥିସହ ଏହି ମାମଲା ସହ ଜଡିତ କୌଣସି ବି ପ୍ରକାର ସୂଚନା ମିଳିବା କ୍ଷଣି ତୁରନ୍ତ ୯୧୧ ନମ୍ବରରେ କଲ୍‌ କରିବାକୁ ଲୋକମାନଙ୍କୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.